Latest Odisha News

BREAKING NEWS

ଈଶ୍ୱର ଅଲ୍ଲାହ ତେରୋନାମ….

ଗୋଟେ ସାମାଜିକ କାର୍ଯ୍ୟକ୍ରମର ପ୍ରସ୍ତୁତି ପାଇଁ ଅନୁଜ ଆଉ ମୁଁ ବ୍ୟସ୍ତ ଥିଲୁ । କେଉଁଠୁ ଜଳଖିଆ ଆସିବ, କେଉଁଠି ବ୍ୟାନର ତିଆରି ହେବ, ଅତିଥିଙ୍କ ପାଇଁ କେଉଁଠୁ ଉପହାର ଆସିବ ସେହି କାମରେ ଦି ଜଣ ଯାକ ବ୍ୟସ୍ତ ଥାଉ ।

ଆମେ ଅତିଥିଙ୍କୁ ଫୁଲତୋଡା ଦେବା ପରିବର୍ତ୍ତେ ଗଛ ଉପହାର ଦେଉ । ଏହାରି ଭିତରେ ଆମେ ପହଞ୍ଚିଲୁ ଗୋଟିଏ ନର୍ସରୀରେ । ନର୍ସରୀରେ ଭଳିକି ଭଳି ଗଛ ଚାରା ଦେଖୁଥାଉ, ଆଉ ସବୁଠାରୁ ଆକର୍ଷୀଣୀୟ ହୋଇଥିବା ମନି ପ୍ଲାଣ୍ଟ ବାଛିଲୁ । ଆଉ ନର୍ସରୀର ପରିଚାଳକଙ୍କୁ ଆଡଭାନ୍ସ ଟଙ୍କା ଦେଲୁ । ମଉସା ପଇସା ଧରିଲେ ଆଉ କହିଲେ ପ୍ରୋଗ୍ରାମ ପୂର୍ବରୁ ଆସିକି ଚାରା ନେଇଯିବ । ଆଉ କହିଲେ, ତୁମ ଫୋନ ନମ୍ବର ଦିଅ, ମୁଁ ଡାକିଦେବି । ଅନୁଜ ନିଜ ଫୋନ ନମ୍ବର ଦେଲେ ଆଉ ନିଜର ନାଁ କହିଲେ । ମଉସା ଏବେ ମୋ ଆଡକୁ ଚାହିଁକି ପଚାରିଲେ … ପୁଅ ତମ ନମ୍ବର ଦିଅ ଆଉ ତମ ନା କଣ କହିଲ? ମଉସା ମୋ ନା ଇମ୍ରାନ ଅଲ୍ଲୀ । ସେ ଗୋଟେ ନମ୍ବର ଚଳିବ । ସେହି ନମ୍ବରରେ କଲ କରି ଡାକିଦେଲେ ଆମ ଭିତରୁ କେହି ଜଣେ ଆସି ଚାରା ନେଇଯିବୁ। ହଉ ଠିକ ଅଛି । ଏହାକହି ଟିକେ ମୁରୁକି ହସିଦେଲେ ମଉସା, ଆଉ ନିଜ ମୋବାଇଲରେ ନମ୍ବର ସେଭ୍ କଲେ । ମଉସାର ହସ ଦେଖି ପଚାରିଦେଲି …ମଉସା କଣ ହେଲା , ହସୁଛ ଯେ । କଣ ସେଭ୍ କଲ କି???

ମଉସା ହସି ହସି ତାଙ୍କ ଫୋନ ଦେଖାଇଲେ । ଆଉ ମୋବାଇଲ ସ୍କ୍ରିନ ଦେଖି ଆମେ ବି ହସ କୁ ଆଉ ରୋକିପାରିଲୁ ନାହିଁ। ଅନୁଜର ନମ୍ବର ଅନୁଜ ଅଲ୍ଲୀ ନାରେ ସେଭ୍ ହୋଇଥିଲା!!! ମଉସା ବଢିଆ ନା ଲେଖିଛ, ଆମେ ହସିକରି କହିଲୁ…..ମଉସା ଆମ ଦିଜଣଙ୍କୁ ଦେଖି ଟିକେ ଭାବବିହ୍ୱଳ ହୋଇପଡିଲେ । ଆଉ କହିଲେ …

ତମ ଦୁଇ ଜଣଙ୍କ ପରି ଯଦି ସବୁ ଲୋକ ଚିନ୍ତା କରନ୍ତେ, ତାହାଲେ କେତେ ଭଲ ହୋଇଥାନ୍ତା । ମୁଁ ଜାଣିପାରୁଛି ତୁମକୁ ତୁମ ଘରେ ଏତେ ଭଲ ସଂସ୍କାର ଦେଇଥିବାରୁ ତୁମେ ଆଜି ଏମିତି ଉଦାହରଣ ପାଲଟିଛ, ଏତେ ଭଲ ସ୍ୱଭାବର ହୋଇପାରିଛ । ତୁମ ବନ୍ଧୁତାକୁ ଦେଖିଲେ ଅନୁଭବ ହେଉଛି ଯେ ସତରେ ଇଶ୍ୱର-ଆଲ୍ଲା ଏକ । ଏହି ବନ୍ଧୁତା ଦେଶ ଓ ଦୁନିଆକୁ ନୂଆ ଦିଗଦର୍ଶନ ଦେଉ । ଏହାହିଁ ମୋର ଆଶୀର୍ବାଦ ଓ ପ୍ରାର୍ଥନା ।

ବାସ ଏତିକି ବେଳେ ମୁଁ କହିଲି …ମଉସା , ମୋ ବାପାଙ୍କ ସବୁଠି ପ୍ରିୟ ସାର ହେଉଛନ୍ତି ଦାମ ସାର । ଛୁଆ ବେଳେ କଥାକଥାରେ ଆମେ ବାପାଙ୍କ ପାଖରେ ଦାମ ସାରଙ୍କ କଥା ଶୁଣିଛୁ । ଅନୁଜ ବି ତାର ଅନୁଭୁତି ବଖାଣିଲା … ଆଉ ମଉସା ଜାଣିଛନ୍ତି? ମୋ ମାଙ୍କ ପ୍ରିୟ ବାନ୍ଧବୀଜଣକ ମୁସଲିମ । ତାଙ୍କ ନା ସୈଇଦା । ଆଉ ଜାଣିଛନ୍ତି ସେ ଦୁହିଙ୍କର ବନ୍ଧୁତାକୁ ଉଭୟ ହିନ୍ଦୁ ଓ ମୁସଲିମ ଲୋକେ ଇର୍ଷା କରୁଥିଲେ ।

କାଜି ସାହି , ଭଦ୍ରକ
ମୋ-9438747320
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Leave A Reply

Your email address will not be published.