Latest Odisha News

BREAKING NEWS

ମୋ ବିରୋଧରେ ଷଡଯନ୍ତ୍ର ରଚାଯାଉଛି: ଗୋବିନ୍ଦା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତାଙ୍କ ବିବାଦ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କାରଣ ସାଜିଛି । କିଛି ଦିନ ତଳେ ଗୋବିନ୍ଦାଙ୍କ ପ୍ରେମ ସମ୍ପର୍କ ନେଇ ବୟାନ ଦେଇଥିଲେ । ଏବେ ଗୋବିନ୍ଦା ମୁହଁ ଖୋଲିଛନ୍ତି । ସେ କହିଛନ୍ତି ୬୩ ବର୍ଷ ବୟସରେ ଏ ଭଳି ବୟାନ ଉପଯୁକ୍ତ ନୁହେଁ । ମୋ ବିରୋଧରେ ଦୀର୍ଘ ଦିନ ହେବ ଷଡଯନ୍ତ୍ର ରଚାଯାଇଛି । ଏଥିରେ ପରିବାର ସଦସ୍ୟଙ୍କୁ ମଧ୍ୟ ଅସ୍ତ୍ର କରାଯାଉଛି ବୋଲି ସେ କହିଛନ୍ତି । ମୋର ଜଣେ ମିତ୍ର କହିଥିଲେ ଷଡଯନ୍ତ୍ର ରଚାଯାଉଛି, ତୁମେ କିପରି ଏଥିରୁ ବାହାରିବ । ମୁଁ କହିଥିଲି ସେମାନଙ୍କ ପ୍ରୟୋଗ ଓ ମୋ ଯୋଗୁ ମଧ୍ୟରେ ମୁକାବିଲା ଚାଲିବା ଉଚିତ ।

ସବୁବେଳେ ଚୁପ ରହିବା ଯୋଗୁ ମୋତେ ଦୁର୍ବଳ ଭାବିବା ଆରମ୍ଭ କରିଛନ୍ତି । ଏହି ଷଡଯନ୍ତ୍ର ମାଧ୍ୟମରେ ପ୍ରଥମେ ମୋ କାମ, ତା ପରେ ପରିବାରକୁ ଟାର୍ଗେଟ କରାଯାଉଛି । ମୋ ଫିଲ୍ମକୁ ମାର୍କେଟ ମିଳୁନି । ଅନେକ ଫିଲ୍ମ ମୋତେ ଏଥିନେଇ ଛାଡିବାକୁ ପଡିଛି । ଆରମ୍ଭରୁ ମୋ ଉପରେ ଜଣେ ବ୍ୟକ୍ତି ବିଭିନ୍ନ ଅଭିଯୋଗ ଆଣିଥିଲେ । ପରେ ସେ ଧରା ପଡିଥିଲେ । ମୋ ପୂର୍ବରୁ ଅନେକ ବଡ କଳାକାରଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି । ଲଢ଼େଇ ଜାରୀ ରହିବ । ମୁଁ ଏବେ ଧନ୍ଧି ହୋଇଗଲେଣି । ପିଲାମାନଙ୍କ ପାଇଁ ମୋତେ ଏ ଜଞ୍ଜାଳରୁ ଭଗବାନ ବାହାର କରିବେ ବୋଲି ସେ ଦୁଃଖର ସହ କହିଛନ୍ତି ।

Leave A Reply

Your email address will not be published.