Latest Odisha News

BREAKING NEWS

ଅଣଓଡ଼ିଆ ହୋଇ ଓଡ଼ିଆଙ୍କୁ ଅନ୍ଧ କହିବା ରାଜ୍ୟବାସୀଙ୍କ ପାଇଁ ଲଜ୍ଜା: ବିଜେପି

ଭୁବନେଶ୍ୱର: ରୂପାନ୍ତରୀକରଣ ନାଁରେ ବିଜେଡି ଲୋକଙ୍କୁ ଭୁଆଁ ବୁଲାଉଛି। କିଛି ଦିନ ତଳେ ବିଜେଡିରେ ଯୋଗ ଦେଇଥିବା ଭି କେ ପାଣ୍ଡିଆନ ଓଡ଼ିଆ ଲୋକଙ୍କୁ ଅନ୍ଧ କହୁଛନ୍ତି। ଏହା ରାଜ୍ୟବାସୀଙ୍କ ପାଇଁ ଲଜ୍ଜା ବୋଲି କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର।

BjdElectrycity

ଭି କେ ପାଣ୍ଡିଆନ ଓଡ଼ିଶା ରୂପାନ୍ତରୀକରଣର ନାରା ଦେବା ଅତ୍ୟନ୍ତ ହାସ୍ୟାସ୍ପଦ । ଅଣଓଡ଼ିଆ ହୋଇ ଓଡ଼ିଆ ଲୋକଙ୍କୁ ଅନ୍ଧ କହିବା ରାଜ୍ୟବାସୀଙ୍କ ପାଇଁ ଲଜ୍ଜ୍ୟା ବୋଲି ସେ କହିଛନ୍ତି। ଯଦି ୨୩ବର୍ଷ ଶାସନରେ ରୂପାନ୍ତରୀକରଣ ହୋଇଛି ତାହାଲେ ଜଗନ୍ନାଥ ମନ୍ଦିରରେ ଭକ୍ତ ଶୃଙ୍ଖଳିତ ପ୍ରବେଶ କାହିଁକି କରିପାରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି କାର୍ତ୍ତିକ ମାସରେ ଲୋକେ ପ୍ରଭୁଙ୍କ ଦର୍ଶନ କରିପାରିଲେ ନାହିଁ କାହିଁକି ବୋଲି ସେ କହିଛନ୍ତି ।

ସ୍କୁଲ ରୂପାନ୍ତରୀକରଣ କଲେ କଣ ହେବ ସେଠି ଭିତ୍ତିଭୂମିର ଅଭାବ ଅଛି। ଶିକ୍ଷକ ଦରମା ନପାଇ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ଏହା କଣ ରୂପାନ୍ତରୀକରଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ରୂପାନ୍ତରୀକରଣର ଆଳ ଦେଖାଇ 5T ଅଧ୍ୟକ୍ଷ ପାଣ୍ଡିଆନ ବିଭିନ୍ନ ବିଭାଗ ବୁଲୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। କୌଣସି ବିଭାଗର ମନ୍ତ୍ରୀ କୌଣସି ବିଭାଗ ଦେଖିପାରୁ ନାହାନ୍ତି । ବିଜେଡି ରୂପାନ୍ତରଣ କଥା କହୁଛି ବାସ୍ତବରେ ଏହାର କାମ କିଏ କରୁଛି ତାହାର ହିସାବ ଶାସକ ଦଳ ଦେଲେ ଭଲ ହେବ । ରଙ୍ଗ ମାରିଦେଲେ ରୂପାନ୍ତରୀକରଣ ହୁଏ ନାହିଁ, କାମ କରିବାକୁ ପଡେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

 

 

 

 

 

Leave A Reply

Your email address will not be published.