Latest Odisha News

BREAKING NEWS

ନିରଞ୍ଜନ ପଟ୍ଟନାୟକଙ୍କ ଅଫିସରେ ଆଇଟି ଚଢଉ, କଂଗ୍ରେସ ଅଫିସ୍ ବାହାରେ ବିଜେଡି କର୍ମୀଙ୍କ ହୋହଲ୍ଲା

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ତଥା ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଅଫିସରେ ଆଇଟି ରେଡ଼। ଭଦ୍ରକ ମୋଟଲ ଛକସ୍ଥିତ ଅଫିସ୍‌ରେ ଫ୍ଲାଇଂ ସ୍କ୍ବାଡ୍‌ ଏବଂ ଇନ୍‌କମ ଟ୍ୟାକ୍ସ ବିଭାଗ ପକ୍ଷରୁ ମିଳିତ ଚଢଉ କରାଯାଇଛି। ତେବେ ଚଢ଼ାଉ ବେଳେ କ’ଣ ଜବତ ହୋଇଛି ସେନେଇ କୌଣସି ସୂଚନା ମଳିନାହିଁ।

ରବିବାର ରାତିରେ ମଧ୍ୟ ରେଡ୍‌ କରାଯାଇଥିଲା। ସୋମବାର ସନ୍ଧ୍ୟାରେ ପୁଣି ଥରେ ଚଢାଉ ହେଲା। ତେବେ ଏହି ରେଡ୍‌ ସମୟରେ ବିଜେଡି କର୍ମୀ କଂଗ୍ରେସ ଅଫିସ୍ ବାହାରେ ହୋହଲ୍ଲା କରିବା ଏବଂ ଆଇଟି ଓ ଫ୍ଲାଇଂ ସ୍କ୍ବାଡ୍ ଅଧିକାରୀଙ୍କୁ ଏସକର୍ଟ କରି ଆଣୁଥିବା ଅଭିଯୋଗକୁ ନେଇ ଚାପା ଉତ୍ତେଜନା ଲାଗି ରହିଥିଲା। । ଏହାକୁ ବିରୋଧ କରି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କ ସହ ଶତାଧିକ କର୍ମୀ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ଅନ୍ୟପଟେ କଂଗ୍ରେସର ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ। ନିରଞ୍ଜନଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ କହିଛନ୍ତି, ଚେକିଂ କରିବାର କିଛି ଅସୁବିଧା ନାହିଁ। ଏଥିପାଇଁ ଆମେ ତାଙ୍କୁ ସ୍ୱାଗତ କରୁଛି। ହେଲେ ତାଙ୍କ ସାଙ୍ଗରେ ୧୦ରୁ ୧୫ଜଣ ବିଜଡି କର୍ମୀ କିପରି ଆସିଲେ? ଏନେଇ ଜିଲ୍ଲାପାଳ ଓ ଏସପି ନିକଟରେ ଅଭିଯୋଗ କରିଛୁ। ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।

Comments are closed.