ଅନୁଗୁଳ: ଅନୁଗୁଳରେ ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଘରେ ଚାଲିଛି ଆୟକର ବିଭାଗର ମାରାଥନ ରେଡ୍ । ଦ୍ୱିତୀୟ ଦିନରେ ୧୫ଟି ସ୍ଥାନରେ ଚାଲିଛି ଆୟକର ଚଢ଼ାଉ । ଗୋଟିଏ ସ୍ଥାନରୁ ୭ କୋଟିର ନଗଦ ଟଙ୍କା ଜବତ ହୋଇଥିବା ବେଳେ ପୁରୀରୁ ଦୁଇ ଓ ଅନଗୁଳରୁ ଗୋଟିଏ ହୋଟେଲ୍ ଠାବ କରିଛି ଆୟକର ବିଭାଗ ।
ସୂଚନା ଅନୁସାରେ, ଗତକାଲି ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଘରେ ଆୟକର ବିଭାଗର ବଡଧରଣର ରେଡ ଚାଲିଥିଲା । ଆୟକର ଫାଙ୍କିଥିବା ଅଭିଯୋଗରେ ଆୟକର ବିଭାଗ ଚଢ଼ାଉ କରିଥିଲା । ଅନୁଗୁଳ କରଡ଼ ଗାଡ଼ିଆର ଜଣାଶୁଣା ମଦ ବ୍ୟବସାୟୀ ହେଉଛନ୍ତି ବିକ୍ରମ ସାହୁ। ତାଙ୍କର ଏକାଧିକ ସଂସ୍ଥାରେ ଆୟକର ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ଉ ଜାରି ରହିଛି। ମଦଭାଟି ଓ ପେଟ୍ରୋଲ ଟାଙ୍କିରେ ବି ଚଢ଼ଉ ଚାଲିଛି।
ଗତକାଲି ଚଢାଉ ବେଳେ ବହୁ ଗୁରୁତ୍ଵପୁର୍ଣ୍ଣ କାଗଜପତ୍ର ଜବତ କରିବା ପରେ କୁବେର ମଦ ବ୍ୟବସାୟୀଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଛି ଆୟକର ଟିମ୍ । ନଗଦ ଟଙ୍କା ସହ ୧୦୦ କୋଟିର ସମ୍ପତ୍ତି ଠାବ କରାଯାଇଛି । ସେହିପରି ହୋଟେଲ, ମଦ କାଉଣ୍ଟର, ପେଟ୍ରୋଲ ପମ୍ପ, ଦେଶୀ ଭାଟି, ମଦ ବଟଲିଙ୍ଗ ପ୍ଲାଣ୍ଟ ସଂସ୍ଥା ଚଳାଉଥିବା ବିକ୍ରମଙ୍କର ରାଜ୍ୟର ବିଭିନ୍ନ ସ୍ଥାନରେ ସମ୍ପତ୍ତି ରହିଛି।
Comments are closed.