Latest Odisha News

ବଡ ଦୁର୍ଘଟଣାରୁ ବର୍ତିଲା ଆଇଟିବିପି ଯବାନକୁ ନେଇ ଯାଉଥିବା ବସ୍‌

ମସୁରୀ: ଆଜି ଏକ ବଡ ଦୁର୍ଘଟଣାରୁ ବର୍ତିଯାଇଛି ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍ । ମସୁରୀର କ୍ୟାମ୍ପଟି ରୋଡ ଜେଡବ୍ଲ୍ୟୁ ମେରିୟଟ ହୋଟେଲ ନିକଟରେ ବ୍ରେକ୍ ଫେଲ ହେବାରୁ ବସଟି ନିୟନ୍ତ୍ରଣ ହରାଇଥିଲା । ଭାଗ୍ୟବଶତଃ ୪୦ ଯବାନଙ୍କୁ ନେଇ ବସ୍ ରାସ୍ତାକଡରେ ଥିବା ପାରାପେଟିରେ ଧକ୍କା ଖାଇ ଝୁଲି ରହିଥିଲା ।

ସ୍ଥାନୀୟ ଲୋକ, ପୋଲିସ ଓ ଯବାନଙ୍କ ମିଳିତ ପ୍ରୟାସରେ ବସକୁ ଖାଇ ମୁହଁରୁ ଭିଡି ଅଣା ଯାଇଥିଲା । ସମସ୍ତ ଯବାନଙ୍କୁ ସୁରକ୍ଷିତ ବସରୁ କଖା ଯାଇଥିଲା । ଯଦି ବସ୍ ଖାଇ ମଧ୍ୟକୁ ଖସି ପଡିଥାନ୍ତା ତାହାହେଲେ ଯବାନମାନଙ୍କୁ ବଂଚାଯିବା ସମ୍ଭବପର ହୋଇପାରି ନ ଥାନ୍ତା । ଘଟଣାର ତଦନ୍ତ କରାଯାଉଛି ।

Leave A Reply

Your email address will not be published.