Latest Odisha News

BREAKING NEWS

ବାଚସ୍ପତି ପ୍ରାର୍ଥୀ ପାଇଁ ଆମ ସହ କଂଗ୍ରେସ ଯୋଗାଯୋଗ ନକରିବା ଦୁଃର୍ଭାଗ୍ୟ: ଟିଏମସି

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀ ମଙ୍ଗଳବାର କହିଛନ୍ତି ଯେ ଲୋକସଭା ବାଚସ୍ପତି ପଦ ପାଇଁ କେ ସୁରେଶଙ୍କୁ ବିରୋଧୀ ପ୍ରାର୍ଥୀ ଭାବେ ମନୋନୀତ କରିବା ପୂର୍ବରୁ ତାଙ୍କ ଦଳ ସହ କଂଗ୍ରେସ ପରାମର୍ଶ କରିନଥିଲା। ଦୁଃର୍ଭାଗ୍ୟବଶତଃ ଏହା ଏକତରଫା ନିଷ୍ପତ୍ତି ବୋଲି ସଂସଦ ବାହାରେ ଅଭିଷେକ ବାନାର୍ଜୀଙ୍କୁ ପଚରାଯିବାରୁ ସେ କହିଛନ୍ତି।

ବାଚସ୍ପତି ପଦ ପାଇଁ ବିରୋଧୀ ଦଳ ବିଜେପି ପ୍ରାର୍ଥୀ ଓମ୍ ବିର୍ଲାଙ୍କ ବିପକ୍ଷରେ କଂଗ୍ରେସ ନେତା କେ ସୁରେଶଙ୍କୁ ପ୍ରାର୍ଥୀ କରିଛି। ବିଜେପି ନେତୃତ୍ୱାଧୀନ ଏନଡିଏ ଓମ୍ ବିର୍ଲାଙ୍କୁ ଏହି ପଦ ପାଇଁ ସମର୍ଥନ କରିବାକୁ ଇଣ୍ଡିଆ ମେଂଟ ନେତାମାନଙ୍କୁ ମନାଇବାକୁ ଚେଷ୍ଟା କରିଥିଲା କିନ୍ତୁ ଶାସକ ମେଣ୍ଟ ବିରୋଧୀଙ୍କୁ ଲୋକସଭା ଉପାଧ୍ୟକ୍ଷ ପଦ ଦେବାର ପରମ୍ପରା ପାଳନ କରୁନଥିବା ଅଭିଯୋଗ କରି ସେମାନେ ମନା କରିଦେଇଥିଲେ।

ବାଚସ୍ପତି ପଦକୁ ନେଇ ସହମତି ଆଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସକାଳେ କଂଗ୍ରେସ ନେତା କେସି ବେଣୁଗୋପାଳ ଏବଂ ଡିଏମକେର ଟିଆର ବାଲୁଙ୍କୁ ଭେଟିଥିଲେ। ତେବେ ଉପବାଚସ୍ପତି ପଦ ପାଇଁ ପ୍ରସ୍ତାବ ନ ଦେଇ ଓମ୍ ବିର୍ଲାଙ୍କୁ ସମର୍ଥନ କରିବାକୁ ମନା କରିଦେଇଥିଲେ।

କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ଓ ଲଲନ ସିଂହ କଂଗ୍ରେସ ଉପରେ ସର୍ତ୍ତ ରଖିଥିବା ଅଭିଯୋଗ କରି କହିଛନ୍ତି ଯେ ଉପବାଚସ୍ପତି ନିର୍ବାଚନ ବେଳେ ଶାସକ ମେଣ୍ଟ ବିରୋଧୀଙ୍କ ଦାବି ଉପରେ ଆଲୋଚନା କରିବାକୁ ଇଚ୍ଛୁକ ଥିଲା। ବାଚସ୍ପତି ପଦ ପାଇଁ ବୁଧବାର ପୂର୍ବାହ୍ନ ୧୧ଟାରେ ମତଦାନ ହେବ। ନିମ୍ନ ସଦନରେ ଏନଡିଏର ସଂଖ୍ୟାଗରିଷ୍ଠତା ରହିଛି ଏବଂ ଓମ୍ ବିର୍ଲାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ନିର୍ବାଚନ ଜିତିବା ପାଇଁ ବିର୍ଲାଙ୍କୁ ୨୭୧ ଭୋଟ୍ ଦରକାର, ୫୪୨ (ୱାୟନାଡ ଆସନ ଖାଲି) ମଧ୍ୟରୁ ଅଧା। ଲୋକସଭାରେ ଏନଡିଏର ୨୯୩ ସଦସ୍ୟ ଥିବା ବେଳେ ଇଣ୍ଡିଆ ମେଂଟରେ ୨୩୩ ସଦସ୍ୟ ଅଛନ୍ତି।

Leave A Reply

Your email address will not be published.