Latest Odisha News

BREAKING NEWS

ଇନଷ୍ଟାଗ୍ରାମରେ ‘ଥ୍ୟାଙ୍କ ୟୁ ଇଣ୍ଡିଆ’ ଲେଖିଲେ ଇଭାଙ୍କା ଟ୍ରମ୍ପ; ଦେଖନ୍ତୁ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସପରିବାର ୨ ଦିନିଆ ଭାରତ ଗସ୍ତରେ ଆସି ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

https://www.instagram.com/p/B9ByUmnh9fD/?igshid=1t54p1g0g7evm

ଏହି ଅବସରରେ ଭାରତ ଭ୍ରମଣରେ ଆସିଥିବା ଟ୍ରମ୍ପଙ୍କ ଝିଅ ଇଭାଙ୍କା ଗୁରୁବାର ଦିନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଭାରତକୁ ଧନ୍ୟବାଦ ଜଣାଇ ‘ ଥ୍ୟାଙ୍କ ୟୁ ଇଣ୍ଡିଆ ‘ ବୋଲି ଲେଖିଛନ୍ତି ।

ଉକ୍ତ ଫଟୋରେ ଇଭାଙ୍କା ତାଙ୍କ ସ୍ୱାମୀଙ୍କ ହାତ ଧରି ପ୍ରେମର ପ୍ରତୀକ ତାଜମହଲ ଆଗରେ ଚାଲୁଥିବାର ଦେଖିବାକୁ ମିଳୁଛି । ଯାହା ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ମଧ୍ୟ ହେଉଛି ।

ଉଲ୍ଲେଖଯୋଗ୍ୟ, ଏହି ୨ ଦିନଆ ଭାରତ ଗସ୍ତ ଅବସରରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଫାଷ୍ଟ ଲେଡି ତଥା ତାଙ୍କ ପତ୍ନୀ ମେଲାନିଆ, ଝିଅ ଓ ଜ୍ୱାଇଁ ମଧ୍ୟ ଆସିଥିଲେ । ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟ୍ରମ୍ପ ସେଠାରେ ଆୟୋଜିତ ଏକ ରୋଡ୍ ଶୋରେ ସାମିଲ ହୋଇଥିଲେ । ପରେ ଦୁହେଁ ସାବରମତି ଆଶ୍ରମ ପରିଦର୍ଶନରେ କରିବା ସହ ମୋଟେରା ଷ୍ଟାଡିୟମରେ ହେବାକୁ ଥିବା ମେଗା ଇଭେଣ୍ଟରେ ମଧ୍ୟ ଯୋଗ ଦେଇଥିଲେ ।

 

 

Leave A Reply

Your email address will not be published.