ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଶ୍ରେୟାଶ ଆୟାର ଓ ଈଶାନ କିଶାନଙ୍କୁ ଆଉ ଏକ ସୁଯୋଗ ପ୍ରଦାନ କରିଛି । ନ୍ୟାଶନାଲ କ୍ରିକେଟ ଏକାଡେମୀ ହାଇ ପର୍ଫମାନ୍ସ ପ୍ରୋଗ୍ରାମ ପାଇଁ ୩୦ଜଣ ଖେଳାଳି ଚୟନ କରାଯାଇଛି । ଈଶାନ ଓ ଆୟାରଙ୍କୁ ଏଥିରେ ସାମିଲ କରାଯାଇଛି । ବିସିସିଆଇ ଓ ଏନସିଏ ପକ୍ଷରୁ କୁହାଯାଇଛି ଏହି ଦୁଇ ଖେଳାଳିଙ୍କୁ ନେଇ ଆମର କୌଣସି ସମସ୍ୟା ନାହିଁ । ଘରୋଇ କ୍ରିକେଟ ଖେଳିବା ନେଇ ସେମାନେ ତାଙ୍କ ଚିନ୍ତା ଧାରାରେ ପରିବର୍ତନ କରିବା ଜରୁରୀ । ଆଗାମୀ ସିଜନରେ ସେମାନେ ନିଜ ନିଜ ଟିମ ମୁମ୍ବାଇ ଓ ଝାଡଖଣ୍ଡ ପକ୍ଷରୁ ଭଲ ପ୍ରଦର୍ଶନ କଲେ ସେଂଟ୍ରାଲ କଂଟ୍ରାକ୍ଟ ପୂନର୍ବାର ହାସଲ କରିପାରିବେ ।
ଏହି ୨ଜଣଙ୍କ ବ୍ୟତୀତ ମୂଶୀର ଖାଁ, ମୟଙ୍କ ଯାଦବ, ଉମ୍ରାନ ମଲିକ, ଆଭେଶ ଖାଁ, କୂଲଦୀପ ସେନ, ହର୍ଷିତ ରାଣା, ଖଲୀଲ ଅହମ୍ମଦ, ଆଶୁତୋଷ, ତୁଷାର ଦେଶପାଣ୍ଡେ, ରିୟାନ ପରାଗ, ସାଈ ସୁଦର୍ଶନ, ସାଇ କିଶୋର, ଦେବୀଦତ ପାଡିକଲ, ପୃଥ୍ୱୀ ଶ, ତନୂଷ କୋଟିୟାନଙ୍କ ପରି ଖେଳାଳି ରହିଛନ୍ତି । ନିକଟରେ ଶ୍ରେୟାଶ ଓ ଈଶାନଙ୍କୁ ସେଂଟ୍ରାଲ କଂଟ୍ରାକ୍ଟରୁ ବାହାର କରି ଦିଆଯାଇଥିଲା ।
Comments are closed.