Latest Odisha News

BREAKING NEWS

ସୁଞ୍ଜଓ୍ବାନ ଆତଙ୍କବାଦୀ ଆକ୍ରମଣ ମାମଲାରେ ଚାର୍ଜସିଟ ଦାଖଲ କଲା ଏନଆଇଏ

କାଶ୍ମୀର: ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ)  ସୁଞ୍ଜୱାନ ଆତଙ୍କବାଦୀ ଆକ୍ରମଣ ମାମଲାରେ ଜୈସ -ଏ-ମହମ୍ମଦ (ଜେଏମ)  ଆତଙ୍କବାଦୀଙ୍କ ସମେତ 12 ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି।  କାଶ୍ମୀରର ଆତଙ୍କବାଦୀ କାର୍ଯ୍ୟ ଚଲାଇବା, ଲୋକଙ୍କ ଧନଜୀବନ ନଷ୍ଟ କରିବା, ଦେଶ ବିରୋଧରେ ଷଡ଼ଯନ୍ତ୍ର କରିବା ଭଳି ସଂଗୀନ ଅଭିଯୋଗ ଚାର୍ଜସିଟରେ ଉଲ୍ଲେଖ ରହିଛି । ପାକିସ୍ତାନ ଭିତ୍ତିକ ମାଷ୍ଟର ମାଇଣ୍ଡ ଏବଂ ନିଷିଦ୍ଧ ଆତଙ୍କବାଦୀ ସଂଗଠନର ଆତଙ୍କବାଦୀମାନଙ୍କୁ ଏହି ଚାର୍ଜସିଟରେ ଅଭିଯୁକ୍ତ କରାଯାଇଛି । ଆତଙ୍କବାଦୀଙ୍କ ଦ୍ବାରା ଦେଶ ବିରୋଧରେ ହିଂସା ସୃଷ୍ଟି କରିବା ପାଇଁ ଷଡ଼ଯନ୍ତ୍ର ସଂପର୍କରେ ଏହି ଚାର୍ଜସିଟରେ ଉଲ୍ଲେଖ କରାଯାଇଛି ।

ଜାମ୍ମୁର ସ୍ୱତନ୍ତ୍ର ଏନଆଇଏ କୋର୍ଟରେ ଏହି  ଚାର୍ଜସିଟ୍ ଦାଖଲ କରାଯାଇଛି । ଚାର୍ଜସିଟରେ କୁହାଯାଇଛି  ଜେଏମ ର ଆତଙ୍କବାଦୀମାନେ  ଷଡଯନ୍ତ୍ର କରି ଭାରତରେ ଅନୁପ୍ରବେଶ କରିଥିଲେ । ଦୁଇଜଣ ଜେଏମ ଆତଙ୍କବାଦୀ ଏକ ଟନେଲ ମାଧ୍ୟମରେ ଭାରତରେ ଅନୁପ୍ରବେଶ କରିଥିଲେ। ଜାମ୍ମୁ କାଶ୍ମୀରର ସାମ୍ବା ସେକ୍ଟରରେ ବିପି ଚାକ ଫାକିରା ଅଧୀନରେ ଥିବା ଅନ୍ତର୍ଜାତୀୟ ସୀମାରେ ଏହି ଟନେଲ ଖନନ କରାଯାଇଥିଲା । ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଉଭୟ ଆତଙ୍କବାଦୀ ନିହତ ହୋଇଥିଲା ବେଳେ ଅନ୍ୟମାନେ ଗିରଫ ହୋଇଛନ୍ତି ।

Comments are closed.