Latest Odisha News

ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

ନୂଆଦିଲ୍ଲୀ: ବିମାନରେ ବୋମା ଥିବା ଗୁଜବ। ଇଣ୍ଡିଗୋ ବିମାନ 6E 7308 ଜବଲପୁରରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ବେଳେ ଏଭଳି ଖବର ମିଳିଥିଲା। ଯାହାପରେ ବିମାନଟିକୁ ନାଗପୁର ଡାଇଭର୍ଟ କରି ଦିଆଯାଇଥିଲା।

‘ଇଣ୍ଡିଗୋ’ର ସୂଚନା ଅନୁଯାୟୀ, ନାଗପୁର ଏୟାରପୋର୍ଟରେ ଏମର୍ଜେନ୍ସି ଲ୍ଯାଣ୍ଡିଂ କରିଛି ଇଣ୍ଡିଗୋ ବିମାନ। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଓହ୍ଲାଇ ଦିଆଯିବା ପରେ ତୁରନ୍ତ ଯାଞ୍ଚ ଆରମ୍ଭ କରାଯାଇଥିଲା।

ରିପୋର୍ଟ ଅନୁସାରେ ବିମାନର ଟଏଲେଟରେ ଏକ କାଗଜ ଟୁକୁଡା ମିଳିଥିଲା। ଯେଉଁଥିରେ ବିମାନରେ ବୋମା ଥିବା ନେଇ ଉଲ୍ଲେଖ ଥିଲା।

ତେବେ ବିମାନ ନିକଟରେ ଫାୟାର ଗାଡ଼ି, ଆମ୍ବୁଲାନ୍ସ , ସିଆଇଏସଏଫ ସୁରକ୍ଷଆକର୍ମୀ ସହ ଅନ୍ୟ ସହାୟତ ଦଳ ଉପସ୍ଥିତ ଅଛନ୍ତି

Comments are closed.