Latest Odisha News

BREAKING NEWS

୨.୯ ମିଲିୟନ ଡଲାରରେ ବିକ୍ରି ହେଲା ଟ୍ୱିଟର୍‌ ସିଇଓ ଜ୍ୟାକ୍ ଡୋର୍ସିଙ୍କ ପ୍ରଥମ ଟ୍ୱିଟ୍

ନୂଆଦିଲ୍ଲୀ: ବିକ୍ରି ହେଲା ଟ୍ୱିଟର୍‌ ସିଇଓ ଜ୍ୟାକ୍ ଡୋର୍ସିଙ୍କ ପ୍ରଥମ ଟ୍ୱିଟ୍। କିଛି ଦିନ ପୂର୍ବରୁ ଟ୍ୱିଟର ସିଇଓ ଜ୍ୟାକ୍ ଡୋର୍ସି NFT ଭାବରେ ବିକ୍ରୟ ପାଇଁ ତାଙ୍କର ପ୍ରଥମ ଟ୍ୱିଟ୍ ରଖିଥିଲେ। ଏହି ଟୁଇଟ୍ ବର୍ତ୍ତମାନ ୨.୯ ମିଲିୟନ୍ ଡଲାରରେ (ପ୍ରାୟ ୨୧୦,୦୨୭,୨୮୦ ଟଙ୍କା) ବିକ୍ରି ହୋଇଛି। ଡୋର୍ସିଙ୍କ ଏହି ଟ୍ୱିଟକୁ ମାଲେସିଆର ଜଣେ ବ୍ୟବସାୟୀ କିଣିଛନ୍ତି।

୨୦୦୬ରେ ଡୋର୍ସିଙ୍କ ପ୍ରଥମ ଟ୍ୱିଟ୍ ପୋଷ୍ଟ ହୋଇଥିଲା। ସେଥିରେ ଲେଖାଥିଲା ‘ଜଷ୍ଟ୍‌ ସେଟିଂ ଅପ୍‌ ମାଏ ଟ୍ବିଟର’। ଏହାକୁ ମାଲେସିଆର ଜଣେ କ୍ରେତା ସାଇନା ଏଷ୍ଟାଭି କିଣିଛନ୍ତି, ଯିଏକି ଏକ ବ୍ଲକ୍ ଚେନ୍ କମ୍ପାନୀ ବ୍ରିଜ୍ ଓରାକଲର ମାଲିକ।

ତାଙ୍କ ଟୁଇଟ୍ ପାଇଁ ୨.୯ ମିଲିୟନ୍ ପାଇଥିବା ଡୋର୍ସି କହିଛନ୍ତି ଯେ ସେ ଏହି ଅର୍ଥରାଶି ଗିଭ୍ ଡାଇରେକ୍ଟସ୍‌ ଆଫ୍ରିକା ରେସପନ୍ସ ପାଣ୍ଠିକୁ ଦାନ କରିବେ।

Comments are closed.