Latest Odisha News

ଦୀର୍ଘ ଦିନ ଧରି ନିଖୋଜ ରହିବା ପରେ ଅଚାନକ ଦେଖା ଦେଲେ ଜ୍ୟାକ୍‌ ମା

ନୂଆଦିଲ୍ଲୀ: ଆଲିବାବା ଏବଂ ଆଣ୍ଟ ଗ୍ରୁପର ସହ-ପ୍ରତିଷ୍ଠାତା ଚାଇନାର ଶିଳ୍ପପତି ଜ୍ୟାକ୍ ମା ଦୀର୍ଘ ଦିନର ବ୍ୟବଧାନ ପରେ ସାର୍ବଜନୀନ ଭାବେ ସର୍ବସମ୍ମୁଖରେ ଉପସ୍ଥିତ ହୋଇଛନ୍ତି। ବୁଧବାର ଏକ ଅନଲାଇନ୍ ସମ୍ମିଳନୀରେ ଚୀନ୍‌ର ସବୁଠାରୁ ପ୍ରସିଦ୍ଧ ଉଦ୍ୟୋଗୀ ଶିକ୍ଷକମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମ ଗ୍ରାମୀଣ ଶିକ୍ଷାର ସଫଳତା ସହିତ ଜଡିତ ବାର୍ଷିକ ଇଭେଣ୍ଟର ଏକ ଅଂଶ, ଯାହା ପ୍ରତିବର୍ଷ ଆୟୋଜିତ ହୋଇଥାଏ। ଇଭେଣ୍ଟରେ ଜ୍ୟାକ୍ ମାଙ୍କର ଦୃଶ୍ୟ ପ୍ରଥମେ ଏକ ସ୍ଥାନୀୟ ବ୍ଲଗ୍ ରେ ଦେଖିବାକୁ ମିଳିଥିଲା। ଏହା ପରେ, ଏହି ମାମଲା ସହିତ ଜଡିତ ଲୋକମାନେ ଏହାକୁ ସୁନିଶ୍ଚିତ କରିଥିଲେ।

ତାଙ୍କ କମ୍ପାନୀ ଆଣ୍ଟ ଗ୍ରୁପ୍ ଏବଂ ଆଲିବାବା ଗ୍ରୁପ୍ ହୋଲଡିଂ ଲିମିଟେଡ୍ ଉପରେ ଚୀନ୍ ସରକାରଙ୍କ ପକ୍ଷରୁ ଚାଲିଥିବା ଅନୁସନ୍ଧାନ ଉପରେ ତାଙ୍କ ଭବିଷ୍ୟତ ବିଷୟରେ ଆଲୋଚନା ଉପରେ ଜ୍ୟାକ୍ ମା’ଙ୍କ ଅଚାନକ ଆର୍ବିଭାବ ରୋକ୍‌ ଲଗାଇପାରେ। ଚାଇନାର ନିୟାମକମାନେ ଆଣ୍ଟ ଗ୍ରୁପର ୩୫ ବିଲିୟନ ଡଲାରର ଆଇପିଓକୁ ଅଟକାଇବା ଏବଂ ଆଲିବାବାର ପୃଥକ ଆଣ୍ଟିଟ୍ରଷ୍ଟ ଯାଞ୍ଚ ଆରମ୍ଭ କରିବା ପରେ ନଭେମ୍ବର ଆରମ୍ଭରୁ ଜ୍ୟାକ୍ ମା ସର୍ବସାଧାରଣରେ ଆଉ ହାଜର ହୋଇନଥିଲେ।
ଜ୍ୟାକ୍ ମା’ଙ୍କ ନିଖୋଜ ଖବର ସେତେବେଳେ ଆସିଥିଲା ଯେତେବେଳେ ସେ ନିଜ ଶୋ ’ଆଫ୍ରିକାର ବିଜନେସ୍ ହିରୋ’ର ଶେଷ ଏପିସୋଡରେ ଆସିନଥିଲେ। ଗତ ଅକ୍ଟୋବର ୧୦ ରେ ଜ୍ୟାକ୍ ମା’ଙ୍କ ଶେଷ ଟ୍ୱିଟ୍ ଦେଖିବାକୁ ମିଳିଥିଲା।

Comments are closed.