Latest Odisha News

BREAKING NEWS

୨୦ ବର୍ଷ ପରେ ଏକତ୍ର ହେବେ ଜ୍ୟାକି ଆଉ ସୁବାସ ଘାଇ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଜ୍ୟାକି ଶ୍ରଫଙ୍କ ଜନ୍ମ ଦିବସରେ ତାଙ୍କର ଦୀର୍ଘ ଦିନର ବନ୍ଧୁ ତଥା ଫିଲ୍ମ ନିର୍ମାତା ସୁବାସ ଘାଇ ନୂତନ ଫିଲ୍ମର ଘୋଷଣା କରିଛନ୍ତି । ଏଥିସହ ଉଭୟ ୨୦ ବର୍ଷ ପରେ ପୁନର୍ବାର ଏକତ୍ର ହୋଇଛନ୍ତି । ଜ୍ୟାକି ଆଜି ୬୬ ବର୍ଷରେ ପଦାର୍ପଣ କରିଛନ୍ତି । ଶେଷ ଥର ଉଭୟ ୨୦୦୧ରେ ୟାଦେଁ ଫିଲ୍ମରେ ଏକତ୍ର ହୋଇଥିଲେ । ୯୦ ଦଶକରେ ଜ୍ୟାକି-ଘାଇଙ୍କ ଯୋଡି ଅନେକଗୁଡିଏ ହିଟ ଫିଲ୍ମ ଦେଇଥିଲେ । ଏହା ମଧ୍ୟରେ ହୀରୋ, କର୍ମା, ରାମ ଲଖନ, ସୌଦାଗର, ଖଳନାୟକ ପରି ଫିଲ୍ମ ସାମିଲ । ଘାଇ ହୀରୋ ଫିଲ୍ମରେ ଜ୍ୟାକିଙ୍କୁ ନେଇଥିଲେ । ତାଙ୍କୁ ନେବା ନେଇ ସେ ସମୟରେ ଅନେକ ଘାଇଙ୍କୁ ସମାଲୋଚନା କରିଥିଲେ ।

ଫିଲ୍ମ ରିଲିଜ ହେବା ପରେ ପ୍ରଥମେ ଏହା ଆଖିଦୃଶିଆ ବ୍ୟବସାୟ କରି ନ ଥିଲା । ଘାଇ ଚିନ୍ତାରେ ପଡି ଯାଇଥିଲେ । ମାତ୍ର ପରେ ହୀରୋ ଫିଲ୍ମର ବ୍ୟବସାୟ ବଢ଼ିଥିଲା ଏବଂ ଏହା ବକ୍ସ ଅଫିସରେ ସୁପରହିଟ ସାବ୍ୟସ୍ତ ହୋଇଥିଲେ । ଆଉ ଜ୍ୟାକି ବଲିଉଡରେ ପ୍ରତିଷ୍ଠିତ କଳାକାର ହୋଇ ଯାଇଥିଲେ । ଘାଇଙ୍କ ଅଧିକାଂଶ ଫିଲ୍ମରେ ଜ୍ୟାକି ଅଭିନୟ କରିଛନ୍ତି ।

Leave A Reply

Your email address will not be published.