Latest Odisha News

BREAKING NEWS

କନମାନ୍ ସୁକେଶଙ୍କୁ ନେଇ ନୀରବତା ଭାଙ୍ଗିଲେ ଜ୍ୟାକଲିନ୍‌

ନୂଆଦିଲ୍ଲୀ: କାଲି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ କନମାନ ସୁକେଶ ଚନ୍ଦ୍ରଶେଖରଙ୍କ ଏକ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା। ଏହାର କିଛି ଘଣ୍ଟା ପରେ, ଜ୍ୟାକଲିନ୍‌ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ବିବୃତ୍ତି ଜାରି କରିଥିଲେ। ନିକଟରେ ଜ୍ୟାକଲିନ୍‌ଙ୍କ ନାଁରେ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲା ଆସିଥିଲା। ଜ୍ୟାକଲିନ ତାଙ୍କ ପୋଷ୍ଟରେ କହିଛନ୍ତି ଯେ ସେ ଆଶା କରୁଛନ୍ତି ଯେ ନ୍ୟାୟ ଏବଂ ଗୁଡ୍‌ ସେନ୍ସ ନିଶ୍ଚୟ ଜିତିବ।

୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀଙ୍କ ନାମ ଆସିବା ଦିନଠାରୁ ସୁକେଶ ଏବଂ ଜ୍ୟାକଲିନଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏହାପୂର୍ବରୁ ଆଜି ଦୁହିଁଙ୍କର ଏକ ଫଟୋ ଭାଇରାଲ ହୋଇଥିଲା। ଯେଉଁଠାରେ ସୁକେଶ ଜ୍ୟାକଲିନଙ୍କୁ ଚୁମ୍ବନ ଦେଉଥିବାର ନଜର ଆସିଥିଲେ।

Comments are closed.