Latest Odisha News

ଓଟିଟି ଡେବ୍ୟୁ କରିବେ ଜ୍ୟାକ୍‌ଲିନ

ମୁମ୍ବାଇ: ଆଜିକାଲି ପ୍ରତ୍ୟେକ କଳାକାର ଡିଜିଟାଲ ପ୍ଲାଟଫର୍ମ ଆଡ଼େ ମୁହାଁଉଛନ୍ତି । ଏହି ରେସ୍‌ରେ ଏବେ ସାମିଲ ହୋଇଛନ୍ତି ବଲିଉଡ଼ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍ । ସେ ଖୁବ୍‌ଶୀଘ୍ର ଓଟିଟିରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି । ଓଟିଟିରେ ସେ ନିଜର ଯାଦୁ ଦେଖାଇବେ ।

ନିର୍ଦ୍ଦେଶକ ଅଭିଷେକ ଶର୍ମାଙ୍କ ୱେବ ସିରିଜ୍ ଜରିଆରେ ଡିଜିଟାଲ ଡେବ୍ୟୁ କରିବେ । ଏଥିସହ ଲୋକପ୍ରିୟ ଅଭିନେତା ନୀଲ ନିତୀନ ମୁକେଶଙ୍କୁ ସିରିଜ୍‌ରେ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ଏହି ସିରିଜ୍‌ର ନାମ ‘ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍‌’ । ଜ୍ୟାକ୍‌ଲିନଙ୍କ ଏହି ସିରିଜ୍ ଜିଓ ସିନେମାରେ ମୁକ୍ତିଲାଭ କରିବ । ତେବେ ନିର୍ଦ୍ଦେଶକ ଅଭିଷେକ ଆରମ୍ଭରୁ ଜ୍ୟାକ୍‌ଲିନ୍‌ଙ୍କୁ ତାଙ୍କ ୱେବ ସିରିଜ୍‌ରେ କାଷ୍ଟ କରିବାକୁ ଚାହୁଁଥିଲେ ।

ଅଭିନେତ୍ରୀ ଏବେ ତାଙ୍କ ପ୍ରୋଜେକ୍ଟ ପାଇଁ ରାଜି ହୋଇଛନ୍ତି । ଏହି ସିରିଜ୍ ବାବଦରେ ଅଧିକ ସୂଚନା ଦିଆଯାଇ ନ ଥିବାବେଳେ ସିରିଜ୍ ପ୍ରଥମ ଶୁଟିଂ ମୁମ୍ବାଇରେ ହେବ ବୋଲି ଜଣାପଡ଼ିଛି । ଏଥିସହ ଆସନ୍ତା ୪ ମାସ ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ଏହାର ଶୁଟିଂ ହେବ । ତେବେ ଜ୍ୟାକ୍‌ଲିନ ୨୦୦୯ରୁ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିବାବେଳେ ଶେଷଥର ତାଙ୍କୁ ସିନେମା ‘ସେଲ୍ଫି’ରେ ଦେଖିବାକୁ ମିଳିଥିଲା ।

Comments are closed.