Latest Odisha News

BREAKING NEWS

ଇଂଲଣ୍ଡରେ ଜାଡେଜାଙ୍କ ଆଉ ଏକ କୀର୍ତିମାନ

ମାଂଚେଷ୍ଟର: ଭାରତର ଷ୍ଟାର ଅଲରାଉଣ୍ଡର ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜବରଦସ୍ତ ଫର୍ମରେ ରହିଛନ୍ତି । ସେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବାରେ ଲାଗିଛନ୍ତି । ଚତୁର୍ଥ ଟେଷ୍ଟରେ ଜାଡେଜା ଇଂଲଣ୍ଡରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ଏସୀୟ ଅଲରାଉଣ୍ଡର ଭାବେ ଇଂଲଣ୍ଡରେ ୧୦୦୦ ରନ ଓ ୩୦ ୱିକେଟ ହାସଲ କରିଛନ୍ତି । ସେହିପରି ଗ୍ୟାରୀ ସୋବର୍ସଙ୍କ ପରେ ସେ ୬ରୁ ୧୧ ସ୍ଥାନ ମଧ୍ୟରେ ବ୍ୟାଟିଂ କରି ଇଂଲଣ୍ଡରେ ୧୦୦୦ ରନ ପୂର୍ଣ୍ଣ କରିଛନ୍ତି ।

୪ର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଇଂଲଣ୍ଡ ହାତରୁ ମ୍ୟାଚ ଛଡାଇ ଆଣିଥିଲେ । ଶୁଭମନ ଗିଲ ଶତକ ହାସଲ କରିଥିବା ବେଳେ କେଏଲ ରାହୁଲ ଅଳ୍ପକେ ସୁଯୋଗ ହାତଛଡା କରିଛନ୍ତି । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡ ୨-୧ରେ ଅଗ୍ରଣୀ ରହିଥିଲା । ସିରିଜରେ ତିଷ୍ଠି ରହିବା ପାଇଁ ଭାରତକୁ ଏହି ମ୍ୟାଚରେ ବିଜୟ କିମ୍ବା ଡ୍ରର ଆବଶ୍ୟକତା ରହିଥିଲା ।

Comments are closed.