Latest Odisha News

BREAKING NEWS

ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଲେ ଜାଡେଜା, ଲୋଗୋକୁ ଦେଖି ହେଲେ ଭାବପ୍ରବଣ

ଗୌହାଟୀ: ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ୮ ୱିକେଟରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି । ଏହି ମ୍ୟାଚରେ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଛନ୍ତି । ମ୍ୟାଚ ପରେ ସେ ଖଲୀଲ ଅହମ୍ମଦଙ୍କୁ ଭେଟିଥିଲେ । ଏହି ଅବସରରେ ଖଲୀଲ ପିନ୍ଧିଥିବା ଚେନ୍ନାଇ ଜର୍ସିକୁ ଦେଖି ଜାଡେଜା ଭାବପ୍ରବଣ ହୋଇ ପଡିଥିଲେ । ସେ ଲୋଗୋକୁ ଚୁମ୍ବନ ଦେଇଥିଲେ । ରାଜସ୍ଥାନରୁ ଜାଡେଜା ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ । ଏବେ ସେ ପୂନର୍ବାର ଏହି ଦଳକୁ ଫେରିଛନ୍ତି । ୧୭ ବର୍ଷ ପରେ ରାଜସ୍ଥାନ ଟିମକୁ ଫେରିବା ଏବଂ ଗୋଲାପୀ ଜର୍ସି ପିନ୍ଧିବା ନିଶ୍ଚିତ ଭାବେ ସୁଖଦ ଅନୁଭୂତି ବୋଲି ସେ କହିଛନ୍ତି ।

ଜାଡେଜା ଗୋଟିଏ ଓଭରରେ ଶିବମ ଦୁବେ ଓ ସର୍ଫରାଜ ଖାଁଙ୍କୁ ଆଉଟ କରି ରାଜସ୍ଥାନ ସପକ୍ଷରେ ମ୍ୟାଚକୁ ଆଣି ଦେଇଥିଲେ । ୨୦୧୨ରେ ଜାଡେଜା ଚେନ୍ନାଇ ପକ୍ଷରୁ ପ୍ରଥମ ମ୍ୟାଚ ଖେଳିଥିଲେ । ସେ ସମୟରେ ତାଙ୍କୁ ୯.୭୨ କୋଟିରେ ଦଳ କିଣିଥିଲା । ଜାଡେଜାଙ୍କ ଅଲରାଉଣ୍ଡର ଦକ୍ଷତା ସର୍ବଦା ଟିମକୁ ଫାଇଦାରେ ରଖିଥାଏ । ଚେନ୍ନାଇ ଟିମର ସଫଳତା ପଛରେ ଜାଡେଜା ଓ ସୁରେଶ ରାଇନାଙ୍କ ଯୋଗଦାନ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା ।

Leave A Reply

Your email address will not be published.