Latest Odisha News

BREAKING NEWS

ଆଇସିସି ର‌୍ୟାଙ୍କିଙ୍ଗରେ ଇତିହାସ ରଚିଲେ ଜାଡେଜା

ନୂଆଦିଲ୍ଲୀ: ଆଇସିସି ର‌୍ୟାଙ୍କିଙ୍ଗରେ ଭାରତର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଇତିହାସ ରଚିଛନ୍ତି । ସେ କ୍ରମାଗତ ସର୍ବାଧିକ ଦିନ ଅଲରାଉଣ୍ଡର ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ରହି ଆସିଛନ୍ତି । ଜାଡେଜା ଟେଷ୍ଟ କ୍ରିକେଟରେ ୧୧୫୧ ଦିନ ଓ ୩୮ ମାସ ଶୀର୍ଷରେ ରହିଛନ୍ତି । ଗତ ବର୍ଷ ସେ ୨୯.୨୭ ଆଭରେଜରେ ୫୨୭ ରନ ଓ ୨୪.୨୯ ଆଭରେଜରେ ୪୮ ୱିକେଟ ଅକ୍ତିଆର କରିଥିଲେ । ଜାଡେଜା ବିଶ୍ୱ କ୍ରିକେଟର ପ୍ରତିଷ୍ଠିତ ଅଲରାଉଣ୍ଡର ଜ୍ୟାକ୍ସ କାଲିସ, କପିଳ ଦେବ, ଇମ୍ରାନ ଖାଁଙ୍କ ପରି ଖେଳାଳିଙ୍କୁ ପଛରେ ପକାଇଛନ୍ତି । ୯ ମାର୍ଚ୍ଚ ୨୦୨୨ରେ ସେ ପ୍ରଥମ ସ୍ଥାନରେ ରହିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ଏହାକୁ ବଜାୟ ରଖିଛନ୍ତି ।

ବୁଧବାର ପ୍ରକାଶିତ ର‌୍ୟାଙ୍କିଙ୍ଗରେ ଜାଡେଜା ୪୦୦ ରେଟିଂ ପଂଏଟ ସହ ପ୍ରଥମ ସ୍ଥାନରେ ରହିଥିଲେ । ବାଂଲାଦେଶର ମେହଦୀ ହସନ ମିରାଜ ଓ ମାର୍କୋ ୟାନସେନ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତିି । ଜାଡେଜା ପ୍ରଥମ ଥର ଶୀର୍ଷ ସ୍ଥାନ ହାସଲ କରିବା ପରଠାରୁ ୨୩ ଟେଷ୍ଟରେ ୧୧୭୫ ରନ କରିଛନ୍ତି । ଏଥିରେ ୩ ଶତକ ଓ ୫ ଅର୍ଦ୍ଧଶତକ ସାମିଲ । ସେହିପରି ବୋଲିଂରେ ୯୧ ୱିକେଟ ନେଇଛନ୍ତି । ରବିଚନ୍ଦ୍ରନ ଅଶ୍ୱୀନ, ରୋହିତ ଶର୍ମା ଓ ବିରାଟ କୋହଲି ପରେ ଜାଡେଜାଙ୍କ ଅବସର ନେଇ ଆଲୋଚନା ଜୋର ଧରିଛି ।

Comments are closed.