ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଆନ୍ଦୋଳନ ଉଗ୍ର ରୂପ ନେଇଛି । ସିଏଏ ବିରୋଧରେ ଶାହିନ ବାଗ ପରେ ଜାଫରାବାଦରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି । ଅନ୍ୟପଟେ ଜାଫରାବାଦ ପ୍ରଦର୍ଶନର ପାଲଟା ଜବାବରେ ବିଜେପି ନେତା କପିଲ ମିଶ୍ରା ଓ ତାଙ୍କ ସମର୍ଥକ ରାସ୍ତାକୁ ଓହ୍ଲାଇ ଜାଫରାବାଦ ଓ ଚାନ୍ଦ ବାଗରେ ରାସ୍ତା ଖାଲି କରିବା ପାଇଁ ଦାବି କରିଥିଲେ ।
ସେହି ସମୟରେ କିଛି ଲୋକ ଆସି କପିଲ ମିଶ୍ରା ଓ ତାଙ୍କ ସମର୍ଥକଙ୍କ ଉପରେ ପଥର ମାଡ କଲେ । ଏହାର ଜବାବରେ କପିଲ ମିଶ୍ରାଙ୍କ ସମର୍ଥକ ପଥର ମାଡ କରୁଥିବା ଲୋକଙ୍କୁ ଅନୁସରଣ କଲେ । ଅଧା ଘଣ୍ଟା ପର୍ଯ୍ୟନ୍ତ ମୌଜପୁରରେ ଏଭଳି ପଥର ଫିଙ୍ଗା ଚାଲିଥିଲା । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଦର୍ଶନକାରୀଙ୍କ ଉପରେ ଲୁହବୁହା ଗ୍ୟାସର ପ୍ରୟୋଗ କରିଛି ।
Comments are closed.