ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନ୍ ମୋହନ ରେଡ୍ଡୀ ଏବଂ ତାଙ୍କ ଭଉଣୀ ତଥା ରାଜ୍ୟ କଂଗ୍ରେସ ସଭାପତି ୱାଇଏସ ଶର୍ମିଲାଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଛି।
ତେବେ ଏହା ମଧ୍ଯରେ ତାଙ୍କ ମା ତଥା ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ୱାଇଏସ୍ ରାଜଶେଖର ରେଡ୍ଡୀଙ୍କ ପତ୍ନୀ ବିଜୟମା ତାଙ୍କ ଝିଅ ଶର୍ମିଲାଙ୍କ ସମର୍ଥନରେ ଚିଠି ଲେଖିଛନ୍ତି। ସେ ଚିଠି ମାଧ୍ୟମରେ ତାଙ୍କ ଝିଅଙ୍କ ପ୍ରତି ବହୁତ ଅନ୍ୟାୟ ହୋଇଛି ବୋଲି ପ୍ରକାଶ କରିଛନ୍ତି।
ବିଜୟମା ଆହୁରି ମଧ୍ୟ ଲେଖିଛନ୍ତି ଯେ , “ପରିବାରରେ ମଧ୍ୟରେ ଏହି ସବୁ ଘଟଣା ଦେଖିବା ମୋ ପାଇଁ ଅତ୍ୟନ୍ତ କଷ୍ଟଦାୟକ। ମୁଁ ମୋ ସ୍ୱାମୀ ରାଜଶେଖର ରେଡ୍ଡୀ ଏବଂ ଆମ ପିଲାମାନେ ମିଶି ଏକ ଖୁସି ର ପରିବାର ଗଢିଥିଲୁ କିନ୍ତୁ ଆମ ପରିବାରରେ କାହିଁକି ଏପରି ଅସୁବିଧା ହେଉଛି ମୁଁ ବୁଝିପାରୁନାହିଁ। ଦୁର୍ଭାଗ୍ଯବଶତଃ ଏହିସବୁ ଘଟଣା ମୋ ସାମ୍ନା ରେ ଘଟୁଛି”।
Comments are closed.