Latest Odisha News

BREAKING NEWS

ଆଜି ଶ୍ରୀଜିଉଙ୍କ ‘ବନକଲାଗି’ ନୀତି, ୪ ଘଣ୍ଟା ଯାଏଁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ।

ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଅପରାହ୍ନ ୪ଟାରୁ ରାତି ୮ଟା ପର‌୍ୟ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ନାହିଁ ।

ଦ୍ୱିତୀୟ ଭୋଗମଣ୍ଡପ ଉପରେ ଏହି ନୀତି ହେବାକୁ ଯାଉଥିବା ବେଳେ ଏହି ସମୟ ମଧ୍ୟରେ ଭକ୍ତମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଆହୁରି ମଧ୍ୟ ଦତ୍ତ ମହାପାତ୍ର ସେବକମାନେ ଏହି ନୀତି ସମ୍ପନ୍ନ କରିଥାନ୍ତି । ହିଙ୍ଗୁଳ, ହରିତାଳ, କେଶର, କଇଁଥ ଅଠା, କସ୍ତୁରୀ ଏବଂ ତେଲର ମିଶ୍ରଣରେ ଏହି ‘ବନକ’ ପ୍ରସ୍ତୁତ କରାଯାଇଥାଏ । ପରବର୍ତ୍ତୀ ସମୟରେ ଏହି ବନକକୁ ଶ୍ରୀଜିଉଙ୍କ ଶ୍ରୀଙ୍ଗାରରେ ବ୍ୟବହାର କରାଯାଇଥାଏ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.