ପୁରୀ : ପ୍ରତିକ୍ଷାର ହେବ ଅନ୍ତ । ଭକ୍ତ ଓ ଭଗବାନଙ୍କର ହେବ ମିଳନ । କାରଣ ଦୀର୍ଘ ୨୧ ଦିନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ ଶ୍ରଦ୍ଧାଳୁ । କାଲିଠୁ ଭକ୍ତଙ୍କୁ ମିଳିବ ଜଗାଦର୍ଶନ । କୋଭିଡ ସଂକ୍ରମଣ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବାରୁ ଶ୍ରୀମନ୍ଦିର ଖୋଲିବା ଲାଗି ଛତିଶା ନିଯୋଗ ନେଇଛି ଏଭଳି ନିଷ୍ପତ୍ତି । ସମସ୍ତ ଭକ୍ତ ଏବଂ ଶ୍ରଦ୍ଧାଳୁ କୋଭିଡ ଆରଟିପିଆର ନେଗେଟିଭ ରିପୋର୍ଟ କିମ୍ବା କୋଭିଡ ଡବଲ ଡୋଜ ଟିକାକରଣର ପ୍ରମାଣ ପତ୍ର ଦେଖାଇବେ । ଏହାସହ କିଓସ୍କରେ ଯାଞ୍ଚ ପରେ ସ୍ବତନ୍ତ୍ର ବ୍ୟାରିକେଡ ଦେଇ ସିଂହଦ୍ବାର ବାଟେ ପ୍ରବେଶ କରିବେ ଶ୍ରଦ୍ଧାଳୁ ।
ତେବେ ପୂର୍ବ ଭଳି ପୁରୀ ସହରବାସୀ ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବା ଲାଗି ଅନୁମତି ଦିଆଯାଇଥିବା ବେଳେ, ଏନେଇ ସମସ୍ତ ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଛି । ସକାଳ ୬ଟାରୁ ରାତି ୯ଟା ମଧ୍ୟରେ ଦର୍ଶନ ନେଇ ବ୍ୟବସ୍ଥା କରାଯାଇଛି । ଏହାସହ ଶ୍ରୀମନ୍ଦିର ନୀତିକୁ ଶୃଙ୍ଖଳିତ କରିବାକୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଦୀର୍ଘଦିନ ପରେ ଜଗାକୁ ଦର୍ଶନ କରିବାର ସୁଯୋଗ ମିଳିଥିବାରୁ ବେଶ ଖୁସି ମନେ କରିଛନ୍ତି ଶ୍ରଦ୍ଧାଳୁ ।
Comments are closed.