Latest Odisha News

ବଡ଼ଦାଣ୍ଡରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ : ରଥ ଉପରେ ଶିଷ୍ୟଙ୍କ ସହ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିଛନ୍ତି । ତେବେ କୋଭିଡ ମହାମାରୀ ସାରା ବିଶ୍ୱରୁ ଦୁରେଇ ଯାଉ ଓ ଲୋକଙ୍କ କଲ୍ୟାଣ ହେଉ ସେ ନେଇ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି । ତେବେ କୋଭିଡ ପାଇଁ ବିନା ଭକ୍ତରେ ହେଉଥିବା ରଥଯାତ୍ରାକୁ ଶଙ୍କରାଚାର୍ଯ୍ୟ ସ୍ୱାଗତ କରିଛନ୍ତି ।  ପଶ୍ଚିମବଙ୍ଗ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କ ରାଲି ଲକ୍ଷାଧିକ ଲୋକ ସାମିଲ ହେବା ଘଟଣାକୁ ନେଇ ଜଗତଗୁରୁ କହିଛନ୍ତି ଯେ ନିର୍ବାଚନରେ ରାଜନେତା ମାନେ କୋଭିଡ କୁ ଭୁଲିଗଲେ । କିନ୍ତୁ ଧାର୍ମିକ କାର୍ଯ୍ୟରେ କୋଭିଡ କଟକଣା କଡାକଡି ହେଉଛି ।

ଏଣୁ ରାଜନେତା ମାନଙ୍କ ସଦବୁଦ୍ଧି ଉଦୟ ହେଉ ବୋଲି ଜଗତଗୁରୁ କହିଛନ୍ତି। ସେହିପରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେଉଥିବା ଶ୍ରୀମନ୍ଦିର ପରିଚଳନା କମିଟିରେ ତାଙ୍କ ମତାମତ ନିଆ ନଯିବାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି । ଯେତେବେଳେ ହିନ୍ଦୁ ସନାତନ ଧର୍ମକୁ ଶଙ୍କରାଚାର୍ଯ୍ୟ ବିଲୁପ୍ତ ବେଳେ ପୁନ ସ୍ଥାପନା ଓ ପ୍ରଚାର କରିଥିଲେ ସେହି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଅବହେଳା କରିବା ଦୁଃଖର ବିଷୟ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

Comments are closed.