Latest Odisha News

BREAKING NEWS

ଜୈନ୍ୟ ସାଧୁମାନେ ପାଳନ୍ତି କଷ୍ଟକର ନିୟମ: ସେଭିଂ ନୁହେଁ, ମୁହଁ, ମୁଣ୍ଡରୁୁ କେଶ ଛିଣ୍ଡାଇ କରନ୍ତି ସଫା

ଶିବପୁରୀ: ମୁଣ୍ଡ ଏବଂ ମୁହଁର ପ୍ରତ୍ୟେକ କେଶକୁ ହାତରେ ଝିଙ୍କିକି ଛିଣ୍ଡାଇବା କେତେ ଯେ କଷ୍ଟକର ଅନୁଭବି ହିଁ କହିପାରିବେ । କିନ୍ତୁ ଜୈନ୍ୟ ସାଧୁମାନେ ମୁଣ୍ଡ ଓ ମୁହଁରେ ଥିବା କେଶକୁ ଏଭଳି ଭାବେ ଝିଙ୍କି କରି ଛିଣ୍ଡାଇଥାନ୍ତି । ଏହା ଯନ୍ତ୍ରଣା ହେଉଥିଲେ ବି ଏହି ନିୟମ ମାନିବାକୁ ସେମାନେ ବାଧ୍ୟ ହୋଇଥାନ୍ତି ।

BjdElectrycity

ଜୈନ ଧର୍ମର ନିୟମ ଅନୁଯାୟୀ, ଜୈନ ଭିକ୍ଷୁମାନେ କେଶ କାଟିବା ଦିନ କୌଣସି ଖାଦ୍ୟ ଗ୍ରହଣ କରନ୍ତି ନାହିଁ । ଶିବପୁରୀରେ ବସିଥିବା ମୁନି ପଦ୍ମ ସାଗର ମହାରାଜ ମଧ୍ୟ କେଶ କାଟିବା ସମୟରେ ୨୪ଘଣ୍ଟା ଉପବାସ ରହିଥିଲେ । ଜୈନ ସାଧୁମାନେ ସର୍ବାଧିକ ୨ ମାସ ମଧ୍ୟରେ କେଶ କାଟିଥାନ୍ତି ।

ଜୈନ ସାଧୁମାନେ କେଶ ନ କାଟି ଏହାକୁ ଛିଣ୍ଡାଇଥାନ୍ତି । ସେମାନଙ୍କର ବିଶ୍ୱାସ ଯେ, କେଶ କାଟିବା ଦ୍ୱାରା ଶରୀରରୁ ସଂଲଗ୍ନର ଭାବନା କମିଯାଏ । ସେଥିପାଇଁ ଶରୀର ଭିତରର ଚେତନାକୁ ଜାଗ୍ରତ କରିବା ଏବଂ ମର୍ତ୍ତ୍ୟ ଶରୀରରୁ ସଂଲଗ୍ନକୁ ହଟାଇବା ପାଇଁ ଏପରି କରିଥାନ୍ତି । ସାଧୁମାନଙ୍କର ଏହି ପ୍ରକ୍ରିୟା ଜୀବନରେ କଠୋର ଧାର୍ମିକ ଅଭ୍ୟାସର ପ୍ରତୀକ ବୋଲି ବିବେଚନା କରାଯାଏ । ତାଙ୍କର ଏପରିି କାର୍ଯ୍ୟକୁ ଯେ କେହି ଦେଖନ୍ତି ତାଙ୍କ ଆଖିରୁ ଲୁହ ଆସିଯାଇଥାଏ ।

Leave A Reply

Your email address will not be published.