Latest Odisha News

BREAKING NEWS

ସମାଧୀ ନେଲେ ଜୈନ ଗୁରୁ ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗର ଜୀ ମହାରାଜ, ଟ୍ବିଟ୍ କରି ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ରାୟପୁର: ଜୈନ ଧର୍ମର, ଦିଗର ମୁନି ପରମ୍ପରାର ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗର ଜୀ ମହାରାଜ ଦେହତ୍ୟାଗ କରିଛନ୍ତି । ସେ ଗତକାଲି ଅର୍ଥାତ୍ (ଫେବୃଆରୀ ୧୭) ବିଳମ୍ବିତ ରାତି ୨ ଟା ୩୫ରେ ଛତିଶଗଡ ଡୋଙ୍ଗରଗଡର ଚନ୍ଦ୍ରଗିରି ତିର୍ଥା ଠାରେ ସମାଧୀ ନେଇଛନ୍ତି । ଏହାପୂର୍ବରୁ ସେ ଆଚାର୍ଯ୍ୟ ପଦରୁ ଇସ୍ତଫା ଦେଇଥିଲେ ଏବଂ ତିନି ଦିନ ପର୍ଯ୍ୟନ୍ତ ଉପବାସ ଓ ନିରବତା ପାଳନ କରିଥିଲେ । ତିନି ଦିନ ଉପବାସ କରିବା ପରେ ସେ ନିଜ ଶରୀର ତ୍ୟାଗ କରିଛନ୍ତି ।

ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗର ଜୀ ମହାରାଜଙ୍କ ପରଲୋକରେ ସମଗ୍ର ବିଶ୍ୱରେ ଜୈନ ସମ୍ପ୍ରଦାୟ ଏବଂ ସେମାନଙ୍କର ସମସ୍ତ ଅନୁଗାମୀମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ଅନ୍ୟପଟେ ଟ୍ବିଟ୍ କରି ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି, “ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ଜୀ ମହାରାଜ ଜୀଙ୍କର ଦେହାନ୍ତ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଜାଗରଣ ପାଇଁ ତାଙ୍କର ବହୁମୂଲ୍ୟ ଉଦ୍ୟମ ସର୍ବଦା ସ୍ମରଣୀୟ ହୋଇ ରହିବ । ଦାରିଦ୍ର୍ୟ ଦୂରୀକରଣ ସହିତ “ସମାଜରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷାକୁ ପ୍ରୋତ୍ସାହିତ କରିବାରେ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ”।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ‘ମୋର ସୌଭାଗ୍ୟ ଯେ ମୋତେ ନିରନ୍ତର ତାଙ୍କ ଆଶୀର୍ବାଦ ମିଳିଛି । ଗତବର୍ଷ ଛତିଶଗଡର ଚନ୍ଦ୍ରଗିରି ଜୈନ ମନ୍ଦିରରେ ତାଙ୍କ ସହ ମୋର ସାକ୍ଷାତ ମୋ ପାଇଁ ଚିର ସ୍ମରଣୀୟ ହୋଇରହିବ । ତା’ପରେ ମୁଁ ଆଚାର୍ଯ୍ୟ ଜୀ ଙ୍କ ଠାରୁ ବହୁତ ପ୍ରେମ ଏବଂ ଆଶୀର୍ବାଦ ପାଇଥିଲି । ସମାଜରେ ତାଙ୍କର ଅପୂର୍ବ ଅବଦାନ ଦେଶର ପ୍ରତ୍ୟେକ ପିଢିକୁ ପ୍ରେରଣା ଯୋଗାଇବ’ ।

୧୯୯୯ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀ ତାଙ୍କୁ ରାଷ୍ଟ୍ରୀୟ ସନ୍ଥଙ୍କ ଆଖ୍ୟା ଦେଇଥିଲେ । ବାଜପେୟୀ ତାଙ୍କୁ ଦେଖା କରିବାକୁ ଇନ୍ଦୋରର ଗୋମାଟ ଗିରି ତୀର୍ଥସ୍ଥାନକୁ ଯାଇଥିଲେ । ରାଜଧାନୀର ଜୈନ ସମ୍ପ୍ରଦାୟ ମହାରାଜ ଜୀଙ୍କ ଆତ୍ମାର ସଦଗତି ପାଇଁ ପରମାତ୍ମାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Comments are closed.