Latest Odisha News

BREAKING NEWS

ସମ୍ମେଦ ଶିଖର ପାଇଁ ପ୍ରାଣ ହାରିଲେ ଆଉ ଜଣେ ଜୈନ ମୁନୀ

ଜୟପୁର: ସମ୍ମେଦ ଶିଖରଙ୍କୁ ବଂଚାଇବା ପାଇଁ ଆମରଣ ଅନଶନରେ ବସିଥିବା ଜୟପୁର ସାଂଗାନେରରେ ଆଉ ଜଣେ ଜୈନ ମୁନୀଙ୍କ ନିଧନ ହୋଇଯାଇଛି । ସମର୍ଥ ସାଗର ମହାରାଜାଙ୍କ ଜୀବନ ମଧ୍ୟ ରାତ୍ରି ୧ଟା୨୦ରେ ଚାଲି ଯାଇଥିଲା । ସୁଗନେୟ ସାଗର ମହାରାଜାଙ୍କ ମୃତ୍ୟୁ ପରେ ସେ ଆମରଣ ଅନଶନରେ ବସିଥିଲେ । ଶୁକ୍ରବାର ସକାଳ ୮ଟା୩୦ରେ ସ୍ଥାନୀୟ ଜୈନ ମନ୍ଦିରରୁ ମୁନୀଶ୍ରୀଙ୍କ ଡୋଲ ଯାତ୍ରା ବାହାରିଥିଲା । ଏଥିରେ ବହୁ ମାତ୍ରାରେ ଜୈନ ଶ୍ରଦ୍ଧାଳୁଗଣ ଯୋଗ ଦେଇଥିଲେ । ସମ୍ମେଦ ଶିଖରଙ୍କୁ ଏକ ପର୍ଯ୍ୟଟନ କ୍ଷେତ୍ର କରିବା ପାଇଁ ଝାଡଖଣ୍ଡ ସରକାର ଘୋଷଣା କରିବା ପରେ ଏହି ବିବାଦ ଉପୁଜିଥିଲା । ଜୈନମାନଙ୍କ ଏହା ଏକ ପବିତ୍ରସ୍ଥଳୀ । ଏଠାରେ ପର୍ଯ୍ୟଟନମାନେ ଆସିଲେ ଅନେକ ଅନୈତିକ କାର୍ଯ୍ୟ ହେବ । ସେଥିପାଇଁ ସେମାନେ ଏହାକୁ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରିଥିଲେ । କେନ୍ଦ୍ର ସରକାର ଏହାକୁ ଅନୁଧ୍ୟାନ କରିବା ପରେ ବନ୍ଦ କରିବା ପାଇଁ ଝାଡଖଣ୍ଡ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଯଦି ରାଜ୍ୟ ଏବଂ କେନ୍ଦ୍ର ସରକାର ତାଙ୍କ ନିଷ୍ପତିରେ ପରିବର୍ତନ ନ କରନ୍ତି ତାହାହେଲେ ଜଣଙ୍କ ପରେ ଜଣେ ଏଥିପାଇଁ ଦେହତ୍ୟାଗ କରିବାକୁ ପଛାଇବେ ନାହିଁ ବୋଲି ଅଖିଳ ଭାରତୀୟ ଦିଗମ୍ବର ଜୈନ ଯୁବ ଏକତା ସଂଘର ଅଧ୍ୟକ୍ଷ ଅଭିଷେକ ଜୈନ କହିଛନ୍ତି । କେନ୍ଦ୍ର ସରକାର ଏହା ଉପରେ ରୋକ ଲଗାଇଥିଲେ ମଧ୍ୟ ଏଥିରୁ ପର୍ଯ୍ୟଟକ ଶବ୍ଦ ହଟେଇ ନାହାନ୍ତି । ଏହାକୁ ସମ୍ପୂର୍ଣ୍ଣ ଭାବେ ରଦ୍ଦ ନ କରିବା ପର୍ଯ୍ୟନ୍ତ ସଂଘର୍ଷ ଜାରୀ ରହିବ ବୋଲି ସେ କହିଛନ୍ତି ।

Comments are closed.