Latest Odisha News

BREAKING NEWS

ଆସନ୍ତୁ ଜାଣିବା ଟିମ ଇଣ୍ଡିଆ ଦବଙ୍ଗ, ଧୂରନ୍ଧର ବାହୂବଳୀ, ସୈୟରା କିଏ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଏବେ କେତେକ କ୍ରିକେଟରଙ୍କୁ ଲୋକପ୍ରିୟ ଫିଲ୍ମ ନାମ ମିଳିଛି । ଏହି ନାମ ଯୁବ ବ୍ୟାଟ୍ସମ୍ୟାନ ଯଶସ୍ୱୀ ଜୈସୱାଲ ଦେଇଛନ୍ତି । ଯେତେବେଳେ ତାଙ୍କୁ ଏ ସମ୍ପର୍କରେ ପଚରାଗଲା ସେ କହିଥିଲେ, ଆମ ଟିମର ଧୂରନ୍ଧର କିଏ ? ସେ ହସି କରି କହିଥିଲେ ରୋହିତ ଶର୍ମା । ସେହିପରି ଦିଲଦାର କିଏ ବୋଲି ପଚରାଯିବାରୁ ସେ କହିଥିଲେ କେଏଲ ରାହୁଲ । ଆସନ୍ତୁ ନଜର ପକାଇବା ଅନ୍ୟମାନଙ୍କୁ ସେ କି ଭଳି ନାମ ଦେଇଥିଲେ । ବାହୂବଳୀ (ୟୁଜଭେନ୍ଦ୍ର ଚହଲ), ସୈୟାରା ( ବିରାଟ କୋହଲି) ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସେ ଦବଙ୍ଗ କହିଥିଲେ ।

ସାମ୍ବାଦିକଜଣଙ୍କ ତାଙ୍କୁ ହସି କରି ପଚାରିଥିଲେ ୟେ ଜୱାନୀ ହେ ଦିୱାନୀ କାହା ପାଇଁ ବ୍ୟବହାର କରିବେ । ଯଶସ୍ୱୀ ବୁଲେଇ ବଙ୍କେଇ କହିଥିଲେ ଏବେ ତ ମୋର ଯୌବନ ଆରମ୍ଭ ହୋଇଛି । କୂଲଦୀପ ଯାଦବଙ୍କୁ ସେ ସବୁଠାରୁ ଅଳସୁଆ ବୋଲି କହିଥିଲେ । ଯଶସ୍ୱୀଙ୍କ ଏହି ନାମ ଏବେ ସୋସିଆଲ ମିଡିଆରେ ବେଶ ଆଦୃତ ହେଉଛି ।

Leave A Reply

Your email address will not be published.