ନୂଆଦିଲ୍ଲୀ: ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତି କରୁଛି କୁଖ୍ୟାତ ଆତଙ୍କବାଦୀ ମସୁଦ ଅଜହର୍ । ଆଉ ସେଥିପାଇଁ ଏଥର ମହିଳାଙ୍କୁ କରୁଛି ଢାଲ । ଜୈଶ୍-ଏ-ମହମ୍ମଦ ସଂଗଠନରେ ମହିଳାଙ୍କୁ ଭର୍ତ୍ତି କରାଯିବା ପରେ ଏବେ ସେମାନଙ୍କୁ ଅନ୍ଲାଇନ୍ ଦିଆଯିବ ଶିକ୍ଷା…ଶିକ୍ଷା ପୁଣି ଆତଙ୍କବାଦୀ ହେବା ପାଇଁ…ସେଥିପାଇଁ ଆତଙ୍କବାଦୀ ସଂଗଠନ ମହିଳାଙ୍କଠାରୁ ୧୫୬ ଟଙ୍କା ଲେଖାଏଁ ଆଦାୟ ମଧ୍ୟ କରୁଛି ।
ଆତଙ୍କବାଦୀ ସଂଗଠନ ପାଣ୍ଠି ଜମା କରିବା ଏବଂ ଭର୍ତ୍ତି କରିବା ପାଇଁ ଏକ ଅନଲାଇନ କୋର୍ସ ଆରମ୍ଭ କରିଛି । ଯାହାକୁ ଅଲ୍-ମୁମିନତ୍ର ନାଁ ଦିଆଯାଇଛି । ଜୈଶ୍ ନେତାଙ୍କ ପରିବାରର ମହିଳା, ପ୍ରତିଷ୍ଠାତା ମସୁଦ ଅଜହର ଏବଂ ତା’ କମାଣ୍ଡରମାନଙ୍କ ସମ୍ପର୍କୀୟ ମଧ୍ୟ ଏଥିରେ ସାମିଲ ଅଛନ୍ତି । ସେହି ମହିଳାମାନଙ୍କୁ ଜିହାଦ ଓ ଇସ୍ଲାମ ସନ୍ଦର୍ଭରେ ସେମାନଙ୍କ କର୍ତ୍ତବ୍ୟ ବିଷୟରେ ଶିଖାଯିବ । ଭର୍ତ୍ତି ଅଭିଯାନ ଅନଲାଇନ କରାଯିବ…ଏହା ନଭେମ୍ବର ୮ ତାରିଖରୁ ଆରମ୍ଭ ହେବ…ଏଥିରେ ପ୍ରତିଦିନ ୪୦ ମିନିଟ୍ ଲେଖାଏଁ ଏ ସମ୍ପର୍କିତ ଶିକ୍ଷାଦାନ କରାଯିବ…ସବୁଠୁ ବଡ଼ କଥା ହେଉଛି, ଏହାର ନେତୃତ୍ବ ମସୁଜ ଅଜହରର ଦୁଇ ଭଉଣୀ ସାଦିୟା ଅଜହର ଏବଂ ସମୈରା ଅଜହର କରିବେ…
ତେବେ ସେହି ଅନଲାଇନ କୋର୍ସରେ ମହିଳାମାନଙ୍କୁ ଜମାତ୍-ଉଲ୍-ମୁମିନତ୍ରେ ସାମିଲ ହେବା ପାଇଁ ପ୍ରୋତ୍ସାହିତ କରାଯିବ… ସୂତ୍ର ଅନୁସାରେ, ମସୁଦର ଭଉଣୀ ସାଦିୟା ଅଜହରକୁ ଜମାତ୍ର କମାଣ ସମ୍ଭାଳିବାକୁ କୁହାଯାଇଛି…ସାଦିୟାର ସ୍ବାମୀ ୟୁସୁଫ ଅଜହର, ଅପରେସନର ସିନ୍ଦୂର ସମୟରେ ପ୍ରାଣ ହରାଇଥିଲା…ସେହିପରି ପହଲଗାମ ଆକ୍ରମଣକାରୀ ଉମର ଫାରୁକର ପତ୍ନୀ ଅଫ୍ରିର୍ ଫାରୁକକୁ ମଧ୍ୟ ଏହି ଅନଲାଇନ କୋର୍ସ ଅଭିଯାନରେ ସାମିଲ କରିଛି ଜୈଶ୍ ଆତଙ୍କବାଦୀ ସଂଗଠନ…ଅନ୍ୟପଟେ ମସୁଦ ଅଜହର ଡୋନେସନ୍ ଅଭିଯାନକୁ ମଧ୍ୟ ତୀବ୍ର କରିଛି..
ଗତ ମାସରେ ବହାବଲପୁରରେ ମର୍କଜ୍ ଉସ୍ମାନ୍ ଓ ଅଲୀରେ ଶେଷ ଥର ପାଇଁ ସାର୍ବଜନୀକ ସମ୍ବୋଧନ କରିଥିଲା ମସୁଦ ଅଜହର…ତା’ର ଭାଷଣ ପରେ ଜୈଶ୍ ଆଡମିଶନ କରୁଥିବା ମହିଳାଙ୍କଠାରୁ ଭାରତୀୟ ମୁଦ୍ରାରେ ୧୫୬ ଟଙ୍କା ଲେଖାଏଁ ଆଦାୟ କରୁଛି…ଏହାସହ ସେହି ମହିଳାମାନଙ୍କଠାରୁ ଏକ ଅନ୍ଲାଇନ୍ ଫର୍ମ ମଧ୍ୟ ପୂରଣ କରାଉଛି ଆତଙ୍କବାଦୀ ସଂଗଠନ ଜୈଶ୍-ଏ-ମହମ୍ମଦ ।
BREAKING NEWS
- India VS New Zealand T20: ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ମୁକାବିଲା
- Kokrajhar Violence: ଆସାମର କୋକ୍ରାଝାରରେ ହିଂସା: ୩ ଜଣଙ୍କର ମୃତ୍ୟୁ, ଇଣ୍ଟରନେଟ ସେବା ବନ୍ଦ
- Thar Accident: ବୁଲେଟ୍କୁ ଧକ୍କା ଦେଲା ଥର୍: ଜଣେ ମୃତ, ୨ ଗୁରୁତର
- Bomb Threat: ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ
- Digital Arrest:ଡିଜିଟାଲ୍ ଆରେଷ୍ଟ ନାଁରେ ମହିଳାଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ୍ ; ଯୁବକ ଗିରଫ
- Bangladesh Tensions: ନିର୍ବାଚନ ପୂର୍ବରୁ ବାଂଲାଦେଶରେ ଉତ୍ତେଜନା ବୃଦ୍ଧି ; ଭାରତ କୂଟନୀତିଜ୍ଞଙ୍କ ପରିବାରକୁ ଫେରି ଆସିବାକୁ କହିଲା
- ଯୁବତୀଙ୍କୁ ଅପହରଣ ଓ ମୁଣ୍ଡଜାମିନ ଘଟଣାରେ ଯୁବକ ଗିରଫ
- Ama Bus:ମହିଳା ଚଲାଇବେ ‘ଆମ ବସ୍’, ତାଲିମ୍ ପାଇଁ ପୁନେ ଯିବେ
- ଧର୍ମଶାଳାରେ ସାଇବର ଠକେଇ ଅଭିଯୋଗ; ୩ ଅଟକ, ମୁଖ୍ୟ ଅଭିଯୁକ୍ତ ଫେରାର
- ଓଡ଼ିଶା ଏବଂ ମେଘାଳୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ;ମୁଖ୍ୟ ଉଦ୍ଦେଶ୍ୟ ପ୍ରାଥମିକ ଶିଶୁ ବିକାଶ…
Comments are closed.