Latest Odisha News

ଭାରତୀୟ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ଟଳିଲା ଜୈଶର ଟପ କମାଣ୍ଡର ଶାମ ସୋଫି

ଶ୍ରୀନଗର: ଆଜି ଭାରତୀୟ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ପୋଲିସ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ଟଳିଛନ୍ତି ଜୈଶ-ଇ-ମହମ୍ମଦ ଟପ କମାଣ୍ଡର ଶାମ ସୋଫି । ପୁଲୱାମାର ତ୍ରାଲ ଅଂଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୁରକ୍ଷାକର୍ମୀ ସୂଚନା ପାଇଥିଲେ । ସମ୍ପୃକ୍ତ ଅଂଚଳକୁ ଘେରାଉ କରିବା ପରେ ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ । ପାଲଟା ଜବାବରେ ସୋଫି ସଫା ହୋଇ ଯାଇଥିଲେ ।

ଏବେ ବି ସେହି ଅଂଚଳରେ ସର୍ଚ୍ଚ ଅପରେଶନ ଜାରୀ ରହିଛି । ୩ ଦିନ ମଧ୍ୟରେ ପୋଲିସ ଗୁଳିରେ ୮ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି । କିଛି ଦିନ ହେବ ଆତଙ୍କବାଦୀମାନେ ଅନ୍ୟ ସମ୍ପ୍ରଦାୟର ସାଧାରଣଙ୍କୁ ହତ୍ୟା କରିବା ଆରମ୍ଭ କରିଛନ୍ତି । ଏ ନେଇ ସୁରକ୍ଷାକର୍ମୀ କଡା ପଦକ୍ଷେପ ଆରମ୍ଭ କରିଛି ।

Leave A Reply

Your email address will not be published.