ଲୀଡ୍ସ: ଭାରତ-ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲାରେ ଭାରତ ପରାଜିତ ହୋଇଛି । ଏହି ମ୍ୟାଚରେ ଯଶସ୍ୱୀ ଜୈସୱାଲ ଶତକ ହାସଲ କରିଥିଲେ । ସେ ଚଳିତ ସିରିଜରେ ୧୮୩ ରନ ସଂଗ୍ରହ କଲେ ମହାନ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନଙ୍କ ରେକର୍ଡ ଭଙ୍ଗ କରିବେ । ସେ ଟେଷ୍ଟ ପଦାର୍ପଣ ପରଠାରୁ ୧୧ ଇନିଂସରେ ୮୧୭ ରନ ସଂଗ୍ରହ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ ଦ୍ରୁତ ୧୦୦୦ ରନ ସଂଗ୍ରହ କରିବା ରେକର୍ଡ ଏବେ ବି ବ୍ରାଡମ୍ୟାନଙ୍କ ନାମରେ ରହିଛି । ସେ ୧୩ଟି ଇନିଂସରେ ଏହି ଉପଲବ୍ଧି ହାସଲ କରିଥିଲେ ।
ପ୍ରଥମ ଟେଷ୍ଟରେ ଭାରତର ଟପ ଅର୍ଡର ଭଲ ବ୍ୟାଟିଂ ପ୍ରଦର୍ଶନ କରି ସୁବିଧାଜନକ ସ୍ଥିତିରେ ପଂହଚାଇଥିଲେ । ତେବେ ନିମ୍ନ ଭାଗରେ ଖରାପ ବ୍ୟାଟିଂ, ବିଶୃଙ୍ଖଳିତ ଫିଲ୍ଡିଂ ଓ ବୋଲରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ପରାଜିତ ହୋଇଥିଲା । ରିଷଭ ପନ୍ତ ଉଭୟ ଇନିଂସରେ ଶତକ ହାସaଲ କରିଥିବା ବେଳେ ଜୈସୱାଲ, ଶୁଭମନ ଗିଲ, କେଏଲ ରାହୁଲ ଶତକ ହାସଲ କରିଥିଲେ ।
Comments are closed.