ଏଜବେଷ୍ଟନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଏଜବାଷ୍ଟନରେ ଜୁଲାଇ ୨ରୁ ଆରମ୍ଭ ହେବ । ୫ ମ୍ୟାଚ ବିଶିଷ୍ଟ ତେନ୍ଦୁଲକର-ଆଣ୍ଡରସନ ଟ୍ରଫିରେ ଭାରତ ଏବେ ୦-୧ରେ ପଛୁଆ ରହିଛି । ପ୍ରଥମ ଟେଷ୍ଟରେ ଖରାପ ଫିଲ୍ଡିଂ ପ୍ରଦର୍ଶନ କରିଥିବା ଯଶସ୍ୱୀ ଜୈସୱାଲଙ୍କୁ ଏଥର ସ୍ଲିପ ପୋଜିଶନରେ ଦେଖିବାକୁ ମିଳିବନି । ରିପୋର୍ଟ ଅନୁସାରେ ଯଶସ୍ୱୀଙ୍କ ସ୍ଥାନରେ ସାଇ ସୁଦର୍ଶନ ଏବଂ କରୁଣ ନାୟାର ଏହି ସ୍ଥାନରେ ଫିଲ୍ଡିଂ କରିବେ । ସୋମବାର ଏହି ଖେଳାଳିମାନେ ସ୍ଲିପ ପୋଜିଶନରେ ଦୀର୍ଘ ସମୟ ଧରି ଫିଲ୍ଡିଂ ଅଭ୍ୟାସ କରିଥିଲେ ।
ଏମାନଙ୍କ ବ୍ୟତୀତ ନୀତିଶ କୁମାର ରେଡ୍ଡୀ, ଶୁଭମନ ଗିଲ ଓ କେଏଲ ରାହୁଲ ମଧ୍ୟ ଫିଲ୍ଡିଂ ଅଭ୍ୟାସ କରିଥିଲେ । ଯଶସ୍ୱୀଙ୍କୁ ସହକାରୀ କୋଚ ର୍ୟାନ ଟେନ ଡୋଶଚେଟ ଓ ମୂଖ୍ୟ କୋଚ ଗୌତମ ଗମ୍ଭୀର ଅଭ୍ୟାସ କରାଉଥିବା ଦେଖିବାକୁ ମିଳିଥିଲା । ତାଙ୍କ ଫିଲ୍ଡିଂ ପ୍ରଶିକ୍ଷଣରୁ ସେ ଶର୍ଟ ଲେଗ କିମ୍ବା ପଂଏଟରେ ଫିଲ୍ଡିଂ କରିବେ ବୋଲି ଅନୁମାନ କରାଯାଉଛି । ଯଶପ୍ରୀତ ବୁମରାହ ଏହି ମ୍ୟାଚରେ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନି ।
Comments are closed.