ନୂଆଦିଲ୍ଲୀ: ଏଠାରେ ଆରମ୍ଭ ହୋଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭଲ ସ୍ଥିତିରେ ରହିଛି । ଷ୍ଟମ୍ପ୍ସ ଅପସାରଣ ବେଳକୁ ଯଶସ୍ୱୀ ଜୈସୱାଲ ୧୭୩ ଓ ଶୁଭମନ ଗିଲ ୨୦ ରନ କରି ଅପରାଜିତ ରହିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ ଯଶସ୍ୱୀଙ୍କ ଏହା ସର୍ବାଧିକ ବ୍ୟକ୍ତିଗତ ସ୍କୋର । ୨୦୨୩ରେ ଯଶସ୍ୱୀ ୧୭୧ ରନ କରିଥିଲେ । ଟିମ ଇଣ୍ଡିଆର ଅଧିନାୟକ ଶୁଭମନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ । କେଏଲ ରାହୁଲ ଓ ଯଶସ୍ୱୀ ପ୍ରଥମ ୱିକେଟରେ ୫୮ ରନ ଯୋଗ କରିଥିଲେ ।
ରାହୁଲ ୩୮ ରନ କରି ଆଉଟ ହୋଇଥିଲେ । ଏହା ପରେ ସାଈ ସୁଦର୍ଶନ ଓ ଯଶସ୍ୱୀ ଦ୍ୱିତୀୟ ୱିକେଟରେ ୧୯୩ ରନ ଯୋଗ କରିଥିଲେ । ସୁଦର୍ଶନ ଅଳ୍ପକେ ଶତକ ହାସଲରୁ ବଂଚିତ ହୋଇଥିଲେ । ସେ ୮୭ ରନ କରି ଆଉଟ ହୋଇଥିଲେ । ୱେଷ୍ଟଇଣ୍ଡିଜର ସ୍ପିନର ଜୋମେଲ ୱାରିକେନ ୨ଟି ଯାକ ୱିକେଟ ଅକ୍ତିଆର କରିଥିଲେ । ୨ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି ।
Comments are closed.