Latest Odisha News

BREAKING NEWS

ପୋଲିସ କନେଷ୍ଟବଳରୁ OAS

ଯାଜପୁର : ପୋଲିସ କନେଷ୍ଟବଳରୁ ଓ.ଏ.ଏସ । କୁହାଯାଏ ଦୃଢ଼ ଇଚ୍ଛାଶକ୍ତି ଓ ନିରନ୍ତର ଉଦ୍ୟମ କୌଣସି ବ୍ୟକ୍ତିକୁ ତାର ଲକ୍ଷ୍ୟ ପଥରେ ପହଂଚାଇ ଦେଇଥାଏ ।  ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯାଜପୁର କନ୍ତିଆ ର୍ଗାଁର ଯୁବକ ଆଶୁତୋଷ ମଲ୍ଲିକ । ଆଶୁତୋଷ ନିକଟରେ ପ୍ରକାଶ ପାଇଥିବା ଓଏଏସ ପରିକ୍ଷାରେ ସପଂଳତା ପାଇଛନ୍ତି ।

୨୦୦୮ ମସିହାରୁ ପୋଲିସ କନେଷ୍ଟବଳ ଭାବେ ଭର୍ତି ହୋଇଥିବା ଆଶୁତୋଷ ଓଏଏସ ହେବା ପାଇଁ ପ୍ରୟାସ ଜାରି ରଖିଥିଲେ । ବିନା କୌଣସି କୋଚିଂ ସେଂଟରର ସହାୟତାରେ ସେ ଏଭଳି ସପଂଳତା ପାଇଛନ୍ତି । ସେଥିପାଇଁ ତାଙ୍କୁ ଛଟିବାରେ ଲାଗିଛି ଶୁଭେଚ୍ଛାର ସୁଅ ।

ପ୍ରଶାସନିକ ଅଧିକାରୀ ହେବାର ନିଶା ତାଙ୍କୁ ଆଜି ସପଂଳତା ଦେଇଛି । ପୋଲିସ ଭଳି ଏକ କର୍ମବ୍ୟସ୍ତତା ଚାକିରି ଭିତରେ ବାରମ୍ବାର ଗୋଟିଏ ଜିଲାରୁ ଅନ୍ୟ ଜିଲାକୁ ବଦଳୀ ସତ୍ୱେ ତାଙ୍କ ଲକ୍ଷ୍ୟ ଓ ଉଦ୍ୟମରେ କୌଣସି ତୃଟି ଦେଖିବାକୁ ମିଳିନଥିଲା । ବିଶେଷକରି ଅନଲାଇନ ମାଧ୍ୟମରେ ପାଠ ପଢ଼ି ସେ ଆଜି ଏହି ସପଂଳତା ପାଇପାରିଛନ୍ତି । ଯାହା ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ଓ ଉଦାହରଣ ନିଶ୍ଚୟ ।

ଦୃଢ଼ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ପଂଳରେ ଯେକୌଣସି ଅସାଧ୍ୟ କାର୍ଯ୍ୟକୁ ହାସଲ କରାଯାଇପାରେ ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଆଶୁତୋଷ ।

Leave A Reply

Your email address will not be published.