ଯାଜପୁର:ଡୁବୁରୀ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ୍ ଧକ୍କାରେ କଂଗ୍ରେସ ନେତା ରଞ୍ଜିତ ରାଜଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା କଂଗ୍ରେସର ଉପସଭାପତି ଦାୟିତ୍ବରେ ଥିଲେ ରଞ୍ଜିତ । ରଞ୍ଜିତ ଦୀର୍ଘଦିନ ଧରି ସୁକିନ୍ଦା ବ୍ଲକ୍ କଂଗ୍ରେସ ସଭାପତି ରୂପେ କାର୍ଯ୍ୟ କରି ଆସୁଥିଲେ। ନିକଟରେ ତାଙ୍କୁ କଂଗ୍ରେସ ପକ୍ଷରୁ ଯାଜପୁର ଜିଲ୍ଲା ଉପ ସଭାପତି ଭାବେ ଚୟନ କରାଯାଇଥିଲା।
ଖବରମୁତାବକ, ମୃତକ ରଞ୍ଜିତ ରାଜ ସ୍ଥାନୀୟ ବାରାଗାଡ଼ିଆ ଗ୍ରାମର । ରଞ୍ଜିତ ଡ଼ୁବୁରୀ ଛକରେ ରାସ୍ତା ପାର ହେଉଥିବା ବେଳେ ଏକ ୧୪ ଚକିଆ ଟ୍ରକ ତାଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ପୋଲିସ୍ ଜବତ କରିଥିବାବେଳେ ଡ୍ରାଇଭର ଫେରାର ରହିଛି ।