Latest Odisha News

BREAKING NEWS

ମିଳିଲା ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ମୂର୍ତ୍ତି, ୨୦୨୧ ମସିହାରେ ହୋଇଥିଲା ଚୋରି

ଯାଜପୁର: ଫେରିବ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ମୂର୍ତ୍ତି। ବଡ଼ଚଣା ଥାନା ଅଧିନ ଦର୍ପଣଠାରେ ମା’ କୋଟ୍ରାକ୍ଷୀଙ୍କର ଏକ ମୂଲ୍ଯବାନ ଅଷ୍ଟଧାତୁ ମୂର୍ତ୍ତି ୨୦୨୧ ମସିହା ଜାନୁଆରୀ ମାସ ୧୧ ତାରିଖରେ ଦୁର୍ବୃତ୍ତମାନେ ଚୋରି କରି ନେଇଥିଲେ। ଏହି ଅଷ୍ଟଧାତୁ ମୂର୍ତ୍ତିଟି ବହୁ ପୁରାତନ ହୋଇଥିବା ବେଳେ ଦୁର୍ବୁତ୍ତ ମାନେ ବିଳମ୍ବିତ ରାତିରେ ମନ୍ଦିରରେ ତାଲା ଭାଙ୍ଗି ମୂର୍ତ୍ତିଟିକୁ ଚୋରି କରି ନେଇଥିଲେ। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ଘଟଣାସ୍ଥଳରେ ତଦନ୍ତ କରିଥିଲେ ଯାଜପୁର ଏସପି।

ପୋଲିସ ଘଟଣାର ତଦନ୍ତ ଚଳାଇ ଥିଲେ ସୁଦ୍ଧା ମୂର୍ତ୍ତି ଉଦ୍ଧାର କରିବାରେ ସକ୍ଷମ ହୋଇନଥିଲା। ଏନେଇ ଦିଲ୍ଲୀ ଏୟାରପୋର୍ଟରୁ ଏହି ମୂର୍ତ୍ତିଟି ଜବତ ହୋଇଥିବା ଜଣାପଡିଛି। ମୂର୍ତ୍ତିଟି ଏୟାରପୋର୍ଟର କଷ୍ଟମ ବିଭାଗ କାର୍ଯାଳୟ ରହିଥିବା ବେଳେ ମୂର୍ତ୍ତି ଚିହ୍ନଟ ପାଇଁ ଯାଜପୁରରୁ ଏକ ପ୍ରତିନିଧି ଦଳ ଦିଲ୍ଲୀ ଗ୍ରସ୍ତ କରିଛନ୍ତି। ଯାଜପୁର ପୋଲିସ ସହ ଦର୍ପଣ ପଞ୍ଚାୟତର ଏକ ପ୍ରତିନିଧି ଦଳ ଦିଲ୍ଲୀ ଗ୍ରସ୍ତ କରିଛନ୍ତି। ଗ୍ରାମବାସୀ ମାନେ ନିଜର ଅଧିଷ୍ଠାତ୍ରୀ ଦେବୀଙ୍କ ଫେରିବା ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହା ତାଙ୍କ ଆସ୍ଥା, ଐତିହ୍ୟ ଏବଂ ବିଶ୍ୱାସର ପ୍ରତୀକ। ଏ ନେଇ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗ୍ରାମବାସୀ।

Comments are closed.