Latest Odisha News

BREAKING NEWS

ଯାଜପୁର ପିଇଓ ମୃତ୍ୟୁ ଘଟଣା: ବିଜେପି ଫାର୍ସ କରୁଛି ବୋଲି କହିଲା ବିଜେଡ଼ି

ଭୁବନେଶ୍ୱର: ଯାଜପୁର ପିଇଓ ସ୍ମୃତିରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ବିଜେପି ଶାସକ ବିଜେଡ଼ି ବିରୋଧରେ ରବିବାର ଦିନ ଦୋଷାରୋପ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରିଛି । ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ବିଜେପି ମଧ୍ୟ ଦାବି କରିଛି ।

ଏସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଏହି ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିନେଇ ଆସନ୍ତା ନଭେମ୍ବର ୫ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଧାରଣା ଦିଆଯିବ ।

ତେବେ ଏହାର ପ୍ରତିକ୍ରିୟାରେ ବିଜେଡ଼ି କହିଛି ଯେ, ବିଜେପି ଏକ ଫାର୍ସ କରୁଛି । ପୀଡିତ ପରିବାରକୁ ନ୍ୟାୟ ଦେବା ନାଁରେ ବିଜେପି
ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ ଜରିଆରେ ଫାର୍ସ କରୁଛି । ଏହାଦ୍ୱାରା ଦଳ ମାମଲାର ତଦନ୍ତକୁ ଅଧିକ ବାଟବଣା କରୁଥିବା କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ । ବିଜେପି ନେତ୍ରୀ ପ୍ରଭାତୀ ପରିଡାଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀମତୀ ଦେଓ କହିଛନ୍ତି ଯେ ପ୍ରତିଦିନ ଏଣୁ
ତେଣୁ କହିବା ଅପେକ୍ଷା ଯଦି ଦଳ ନିକଟରେ କିଛି ତଥ୍ୟ ରହିଛି ତାହା ପୁଲିସ୍‍ କିମ୍ବା ଅଦାଲତ ନିକଟରେ ଦାଖଲ କରିବା ଉଚିତ୍‍ । ହେଲେ ଦଳ ମିଛର ଆଶ୍ରୟ ନେଇ କେବଳ ମନଗଢା କଥା କହୁଥିବାରୁ ତାହାର ହତାଶାଭାବ ସ୍ପଷ୍ଟ ବାରିହୋଇ ପଡୁଛି । ଦଳର କିଛି ହାରୁ ନେତା ଏଭଳି
ସମ୍ବେଦନଶୀଳ ଘଟଣାକୁ ନେଇ ହୀନ ରାଜନୀତି କରିବାକୁ ପଛାଉ ନାହାନ୍ତି ।

ଶ୍ରୀମତୀ ଦେଓ କହିଛନ୍ତି ଯେ ଯାଜପୁର ଘଟଣାରେ ବିଜେଡି ମିଛ କହିବାର ସବୁ ସୀମା ଟପିଗଲାଣି । ଯଦି ଗଣମାଧ୍ୟମରେ ରହିବା ପାଇଁ ବିଜେପି ଏଭଳି ମନଗଢା ଓ ଭିତ୍ତିହୀନ ଖବର ଆଧାରରେ ପ୍ରତିଯୋଗିତା କରୁଥାଏ ତେବେ ଏହା କରିବାରେ କିଛି ଅସୁବିଧା ନାହିଁ । ଏଥିରୁ
ସେହି ଦଳକୁ କେବେ ବି ବିରତ କରିପାରିବେ ନାହିଁ । ଯାଜପୁରର ଏହି ସମ୍ବେଦନଶୀଳ ମୃତ୍ୟୁ ଘଟଣାରେ ପୁଲିସ୍‍ ଜଣକୁ ଗିରଫ କରିଥିବାବେଳେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି । ଏହି ଘଟଣାରରେ ପୀଡିତା ପରିବାରକୁ ନ୍ୟାୟ ଦେବାପାଇଁ ସରକାର ସ୍ପଷ୍ଟ ନିଦେ୍ର୍ଧଶ ଦେଇଛନ୍ତି । ତଦନ୍ତ
ପ୍ରକ୍ରିୟାରେ ସହଯୋଗ କରିବା ପରିବର୍ତ୍ତେ ବିଜେପି ଏହାକୁ ନେଇ ରାଜନୀତି କରୁଛି । ବିଜେପି ମନେ ରଖିବା ଉଚିତ୍‍ ଯେ ବାରମ୍ବାର ଗୋଟିଏ ମିଛକୁ ଦୋହରାଇଲେ ତାହା ସତ୍ୟ ହୋଇଯିବ ନାହିଁ । ତେଣୁ ଏଭଳି ମିଥ୍ୟା ପ୍ରଚାରରୁ ଦଳ ବିରତ ରହିବାକୁ ଶ୍ରୀମତୀ ଦେଓ ପରାମର୍ଶ ଦେଇଛନ୍ତି ।

Comments are closed.