Latest Odisha News

ଯବାନ ପିନ୍ଧିବେ ଯାଜପୁର ରାକ୍ଷୀ: ସୀମାରେ ସୁରକ୍ଷା ଯୋଗାଉଥିବା ଯବାନଙ୍କ ପାଇଁ ସେନା ଅଫିସକୁ ରାକ୍ଷୀ ପଠାଇଲେ କଲେଜ ଛାତ୍ରୀ

ଯାଜପୁର: ଆସୁଛି ସ୍ନେହ ଓ ବନ୍ଧନର ପର୍ବ ରକ୍ଷାବନ୍ଧନ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ବାନ୍ଧେ ରାକ୍ଷୀ । କିନ୍ତୁ ଯେଉଁମାନେ ଦେଶ ମାତୃକାର ଦିନରାତି ରକ୍ଷା କରୁଛନ୍ତି ସେମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଆଗେଇ ଆସିଛନ୍ତି କଲେଜ ଛାତ୍ରୀ । ସେହି ବୀର ଯବାନ ମାନଙ୍କୁ ବଡ ଭାଇର ସମ୍ମାନ ଜଣାଇ ଏଭଳି କିଛି ନିଆରା ପୟାସ କରିଛନ୍ତି ଯାଜପୁର ବିଞ୍ଝାରପୁର ବ୍ଲକର ବରୁଣେଶ୍ଵର ମହାବିଦ୍ୟାଳୟର ଛାତ୍ରୀ । ରାକ୍ଷୀ ଦୋକାନରୁ ନିଜ ମନ ପସନ୍ଦର ରାକ୍ଷୀ କିଣି ସୀମାରେ ରହୁଥିବା ଯବାନଙ୍କ ପାଖକୁ ଡାକ ଯୋଗେ ପଠାଇ ସୃଷ୍ଟି କରିଛନ୍ତି ନୂଆ ଉଦାହରଣ ।

ଆସୁଛି ରକ୍ଷା ବନ୍ଧନ । ସେଥିପାଇଁ ଗାଁରୁ ସହର ହୋଇଉଠିଛି ଚଳଚଞ୍ଚଳ । ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି ପ୍ରତ୍ୟେକ ଭାଇ ଓ ଭଉଣୀ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଈର ହାତରେ ରାକ୍ଷୀ ବାନ୍ଧେ । କିନ୍ତୁ ଯେଉଁ ମାନେ ଦେଶର ସୁରକ୍ଷା ପାଇଁ ଦିନ ରାତି କାମ କରି ଏହି ରାକ୍ଷୀ ବାନ୍ଧିବା ସୁଯୋଗରୁ ବଞ୍ଚିତ ହୋଇଥାନ୍ତି ସେହି ମାନଙ୍କ ଅବଦାନକୁ ମନେ ପକେଇବା ପାଇଁ ଯାଜପୁର ବିଞ୍ଝାରପୁର ବ୍ଲକର ବରୁଣେଶ୍ଵର ମହାବିଦ୍ୟାଳୟର ଛାତ୍ରୀ ମାନେ ଏକ ଭିନ୍ନ ପ୍ରୟାସ କରିଛନ୍ତି । ଭାରତର ସୀମାରେ ରହି ଶତୃଙ୍କ ସହ ଲଢ଼େଇ କରି ଆମ ମାନଙ୍କୁ ସୁରକ୍ଷା ଦେଉଥିବା ଯବାନଙ୍କ ପାଇଁ ରାକ୍ଷୀ ପଠାଇଛନ୍ତି ଏହି ଛାତ୍ରୀ ମାନେ । ସେମାନଙ୍କୁ ପ୍ରକୃତ ଭାଇ ଭାବେ ସ୍ୱୀକାର କରି ଏଭଳି ଏକ ଉଦ୍ୟମ କରିଛନ୍ତି ଛାତ୍ରୀ ।

ଚଳିତ ବର୍ଷ ଚାରି ଆଡ଼େ ବଡ଼ ଧୁମ ଧାମରେ ପାଳିତ ହେବ ଏହି ରକ୍ଷା ବନ୍ଧନ। ଏଥିପାଇଁ କଲେଜର ଛାତ୍ରୀ ମାନେ ରକ୍ଷାବନ୍ଧନର ଗୀତ ଗାଇ ସୀମା ସରହଦ ରେ ରହୁଥିବା ସେହି ଯବାନଙ୍କ ପାଇଁ ରାକ୍ଷୀ ପଠାଇଛନ୍ତି । ଯେଉଁମାନେ ଦେଶର ସୁରକ୍ଷା ଓ ଅଖଣ୍ଡତା ପାଇଁ ପ୍ରତିକୂଳ ପରିସ୍ଥିତିରେ ରହି ଆମ ମାନଙ୍କୁ ସୁରକ୍ଷା ଦେଉଛନ୍ତି,ସେମାନେ ବିଭିନ୍ନ ପର୍ବ ପର୍ବାଣୀରେ ସାମିଲ ହୋଇପାରନ୍ତି ନାହିଁ ସେହି ବୀର ଜବାନଙ୍କ ପ୍ରତି ସମ୍ମାନ ଓ ଭଲ ପାଇବାର ନିଦର୍ଶନ ଦେଖାଇଛନ୍ତି ଏହି ଛାତ୍ରୀ । ସମସ୍ତେ ନିଜ ନିଜ ମନ ପସନ୍ଦର ରାକ୍ଷୀ କିଣି ଡାକ ଯୋଗେ ଭାରତୀୟ ସେନାର କାର୍ଯ୍ୟାଳୟକୁ ପଠାଇଛନ୍ତି । ଏହି ରାକ୍ଷୀ ପଠାଇ ଯବାନ ମାନଙ୍କୁ ସେମାନଙ୍କ ମନୋବଳ ବୃଦ୍ଧି କରିବାକୁ ଉଦ୍ୟମ କରିଛନ୍ତି । କଲେଜ ଛାତ୍ରୀ ମାନଙ୍କ ଏଭଳି ଉଦ୍ୟମ ଜବାନ ମାନଙ୍କୁ ନିଶ୍ଚୟ ପ୍ରେରଣା ଦେବ । ତେବେ କେବଳ ଚଳିତ ବର୍ଷ ନୁହେଁ ପ୍ରତିବର୍ଷ ବରୁଣେଶ୍ଵର କଲେଜ ଛାତ୍ରୀ ଏଭଳି ରାକ୍ଷୀ ପଠାଇ ଆସୁଛନ୍ତି । ଯାହାକୁ କଲେଜ କର୍ତ୍ତୃପକ୍ଷ ମଧ୍ୟ ସହଯୋଗ କରିଛନ୍ତି । ସେପଟେ ସୀମା ରେ ଥିବା ଯବାନ ମାନେ ମଧ୍ୟ ରାକ୍ଷୀ ପାଇବା ପାଇଁ ଚାତକ ପରି ଚାହିଁ ବସିଛନ୍ତି।

Comments are closed.