Latest Odisha News

BREAKING NEWS

କେବେ ଦୁଃଖ ଶୁଣିବେ ସରକାର ??

ଯାଜପୁର : ଗ୍ରାମାଂଚଳର ଉନ୍ନତିକରଣ ପାଇଁ ସରକାରଙ୍କ ପକ୍ଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ପ୍ରସ୍ତୁତ ହୋଇଛି ଯୋଜନା ପରେ ଯୋଜନା । କିନ୍ତୁ ଏହି ଯୋଜନା ସେମିତି ରହିଯାଇଛି ଯାଜପୁର ବିଂଝାରପୁର ବ୍ଲକ ଥଟାରି ସାହିରେ । ଦୀର୍ଘ ବର୍ଷ ପରେ ବି ପହଂଚିପାରିନାହିଁ ବିକାଶର ପଦଚିହ୍ନ । ଏପରିକି ମୌଳିକ ସୁବିଧାରୁ ବଂଚିତ ଏଠିକାର ଅଧିବାସୀ ।

ସରକାରୀ ଯୋଜନା ରହିଯାଇଛି ଯୋଜନ ଯୋଜନ ଦୂରରେ । ଆଜି ବି ମୌଳିକ ସୁବିଧାରୁ ବଂଚିତ ସ୍ଥାନୀୟ ବାସନ୍ଦା । ଏ ହେଉଛି ଯାଜପୁର ବିଂଝାରପୁର ବ୍ଳକ ପଂତେପୁର ପଂଚାୟତର ଥଟାରି ସାହିର ଦୃଶ୍ୟ । ଯେଉଁଠି ୨୦ରୁ ଉର୍ଦ୍ଧ ପରିବାର ରହୁଛନ୍ତି । ରାସ୍ତା ଘାଟରୁ ଆରମ୍ଭ କରି ପାନୀୟ ଜଳପ୍ରକଳ୍ପ ସବୁକିଛିରୁ ବଂଚିତ ଏମାନେ । ଗାଁକୁ ନା ଏଠି କୌଣସି ପ୍ରଶାସନିକ ଅଧିକାରୀଙ୍କ କେବେ ପାଦ ପଡିଛି ନା କେବେ ଲୋକପ୍ରତିନିଧିଙ୍କର । ଭାଗ୍ୟକୁ ଆଦରି ପଡିରହିଛନ୍ତି ଏମାନେ । ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ,ପାନୀୟଜଳ ,ପରିମଳ ଭଳି ଯୋଜନା କଥା କେବଳ ଶୁଣିଛନ୍ତି କିନ୍ତୁ ଏମାନେ କେବେ ଅନୁଭବ କରିବାର ସୁଯୋଗ ପାଇନାହାଁନ୍ତି । ସବୁଠି ଅଭିଯୋଗ ପରେ ବି କେହି ଶୁଣୁନାହାଁନ୍ତି ଏମାନଙ୍କ ଦୁଃଖ ।

ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଥିବା ଏହି ପରିବାର ଲୋକେ ନାନା ଦୁଃଖ ଦୁର୍ଦ୍ଧଶା ଦେଇ ଗତିକରୁଛନ୍ତି । କେବେ ଏମାନଙ୍କ ଦୁଃଖ ଶୁଣିବେ ସରକାର ସମସ୍ତେ ଚାହିଁ ବସିଛନ୍ତି । ସେପଟେ ଏହି ଗାଁ ସମସ୍ୟା ନେଇ ବିଭିନ୍ନ ବିଭାଗ କୁ ରିପୋର୍ଟ ମଗାଯାଇଛି। ସମସ୍ୟା ଗୁଡିକ ତୁରନ୍ତ ସମାଧାନ କରାଯିବ ବୋଲି ମିଳିଛି ପ୍ରତିଶ୍ରୁତି ।

 

Leave A Reply

Your email address will not be published.