Latest Odisha News

BREAKING NEWS

କରୋନା ମୁକାବିଲା: ସ୍ୱୟଂଚାଳିତ ସାନିଟାଇଜେସନ ମେସିନ ଉଦ୍ଭାବନ କଲେ ଯାଜପୁରର ଯୁବ ବୈଜ୍ଞାନିକ

ଭୁବନେଶ୍ୱର: ମେସିନକୁ ନଛୁଇଁ ନିଜ ହାତକୁ ସପା ରଖନ୍ତୁ ଆଉ କୋରୋନା ଠାରୁ ଦୂରେଇ ରୁହନ୍ତୁ । ସାରା ବିଶ୍ୱରେ କୋରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପାୟ ଖୋଜାଯାଉଥିବା ବେଳେ ଯାଜପୁର ପୌରାଚଂଚଳ ଅନ୍ତର୍ଗତ ଶ୍ରୀରାମପୁର ଅଂଚଳର ଯୁବ ଇଂଜିନିୟର କୈବଲ୍ୟ ପାଣିଗ୍ରାହି ତିଆରି କରିଛନ୍ତି ଅଟୋମେଟିକ ସାନିଟାଇଜେସନ ମେସିନ । ଯେଉଁ ମେସିନରେ ଆପଣ କେବଳ ହାତ ଦେଖାଇବେ ଏବଂ ମେସିନରେ ରହିଥିବା ସାନିଟାଇଜର ଆସି ଆପଣଙ୍କ ହାତରେ ପଡିବ । ଏଥିପାଇଁ ଆପଣଙ୍କୁ ମେସିନକୁ ଛୁଇଁବାର ଆବଶ୍ୟକତା ନାହିଁ । ମାତ୍ର ୭ ଶହ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇପାରିଛି ଏହି ମେସିନ।

କୈବଲ୍ୟ କଟକ ଆଇଟିଆଇ ରୁ ପାଠ ପଢ଼ା ଆରମ୍ଭ କରିବା ପରେ ଏବେ ଗୁଣୁପୁରର ଏକ ଘରୋଇ ଇଂଜିନିୟରିଂ କଲେଜରେ ପାଢ଼ ପଢ଼ା ଜାରି ରଖିଛନ୍ତି । କୋରୋନା ପାଇଁ ଲକଡାଉନ ଯୋଗୁଁ ନିଜ ଘରେ ଥିବା ବେଳେ ଏଭଳି ଏକ ମେସିନ ବାହାର କରି ସେ ଏବେ ଚର୍ଚ୍ଚାରେ ଅଛନ୍ତି । ଏହି ମେସିନକୁ ବିଭିନ୍ନ ଦୋକାନ ବଜାର,ଗାଡି,ଅପିଂସ ମାନଙ୍କରେ ବ୍ୟବହାର କରାଯାଇପାରିବ ।

ପିଲାଟି ଦିନରୁ କୈବଲ୍ୟ ଜଣେ ମେଧାବୀ ଛାତ୍ର ଭାବେ ଜଣାଶୁଣା ଥିବା ବେଳେ ଏଭଳି ଏକ ମେସିନର ଉଦ୍ଭାବନ କରିବା ପଂଳରେ ତାଙ୍କୁ ମିଳିଛି ଏକ ନୂତନ ପରିଚୟ । ଆଗକୁ ସେ ଏହି ମେସିନକୁ ଅତି କମ ଦାମରେ ତିଆରି କରିବାର ଲକ୍ଷ୍ୟ ରଖିଥିବା କହିଛନ୍ତି ।

Leave A Reply

Your email address will not be published.