Latest Odisha News

BREAKING NEWS

ଖୋର୍ଦ୍ଧା ଶିଳ୍ପାଞ୍ଚଳର ଏକ ଅଂଶ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ମଙ୍ଗଳବାର ଦିନ ଖୋର୍ଦ୍ଧା ସହର ନିକଟରେ ଥିବା ଶିଳ୍ପାଞ୍ଚଳର ଏକ ଅଂଶକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛନ୍ତି।

ଗୁପ୍ତା କେବୁଲ୍ସ ଲିମିଟେଡର ଜଣେ କର୍ମଚାରୀ ସୋମବାର ଦିନ କୋଭିଡ-୧୯ ପଜିଟିଭ ବାହାରିବାର ଗୋଟିଏ ଦିନ ପରେ ଏଭଳି ଘୋଷଣା କରାଯାଇଛି ।

ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଏହି କଣ୍ଟେନମେଣ୍ଟ ଅର୍ଡର ଜୁନ୍ ୪ ତାରିଖ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ଗୁପ୍ତା କେବୁଲର ମାଲିକଙ୍କୁ ଏହାର ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରଖିବାକୁ କୁହାଯାଇଛି ।

Leave A Reply

Your email address will not be published.