ନୂଆଦିଲ୍ଲୀ: ଜଳ ଜୀବନ ମିଶନ (ଜେଜେଏମ୍) ଆଜି ୧୩ କୋଟି ଗ୍ରାମୀଣ ପରିବାରକୁ ନଳ ମାଧ୍ୟମରେ ଜଳ ସଂଯୋଗ ପ୍ରଦାନ କରି ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ‘ସ୍ପିଡ୍ ଆଣ୍ଡ ସ୍କେଲ’ ମାଧ୍ୟମରେ କାର୍ଯ୍ୟ କରି ଏହି ଜୀବନ ପରିବର୍ତ୍ତନକାରୀ ଅଭିଯାନ ମାତ୍ର ୪ ବର୍ଷ ମଧ୍ୟରେ ୧୩ କୋଟି ଗ୍ରାମୀଣ ପରିବାରକୁ ସଂଯୋଗ ପରିସରଭୁକ୍ତ କରିଛି। ଅଗଷ୍ଟ, ୨୦୧୯ରେ ମିଶନ ଆରମ୍ଭ ହେବା ବେଳକୁ ଗ୍ରାମୀଣ କ୍ଷେତ୍ରରେ ନଳ ମାଧ୍ୟମରେ ଜଳ ସଂଯୋଗର ପରିସରରେ ମାତ୍ର ୩.୨୩ କୋଟି ପରିବାର ସାମିଲ୍ ହୋଇଥିଲେ। ଦେଶ ୭୩ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟ, ୨୦୧୯ରେ ଲାଲକିଲ୍ଲା ପ୍ରାଚୀରରୁ ଜଳ ଜୀବନ ମିଶନ ସମ୍ପର୍କରେ ଘୋଷଣା କରିଥିଲେ।
ବର୍ତ୍ତମାନ ସୁଦ୍ଧା ୬ଟି ରାଜ୍ୟ ଯଥା ଗୋଆ, ତେଲେଙ୍ଗାନା, ହରିୟାଣା, ଗୁଜରାଟ, ପଞ୍ଜାବ ଏବଂ ହିମାଚଳ ପ୍ରଦେଶ ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳ – ପଣ୍ଡିଚେରୀ, ଡାମନ ଆଣ୍ଡ ଡିୟୁ (ଡି ଆଣ୍ଡ ଡି) ଏବଂ ଦାଦରା ନଗର ହାବେଲି (ଡି ଆଣ୍ଡଏନଏଚ୍) ଏବଂ ଆଣ୍ଡାମାନ ଓ ନିକୋବର (ଏ ଆଣ୍ଡ ଏନ୍) ଦ୍ୱୀପପୁଞ୍ଜରେ ୧୦୦ ପ୍ରତିଶତ ନଳ ମାଧ୍ୟମରେ ଜଳ ସଂଯୋଗ ହୋଇଛି। ଏହା ପଛକୁ ବିହାର ରହିଥିବାବେଳେ ସେଠାରେ ୯୬.୩୯% ଗ୍ରାମାଂଚଳ ଏହାର ପରିସରଭୁକ୍ତ ହୋଇଛି ଏବଂ ଏହା ମିଜୋରାମରେ ୯୨.୧୨% ରହିଛି। ‘ପ୍ରତି ଘରକୁ ଜଳ ପ୍ରମାଣିତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଅର୍ଥାତ୍ ଏହି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ ଗ୍ରାମବାସୀମାନେ ଗ୍ରାମସଭା ମାଧ୍ୟମରେ ନିଶ୍ଚିତ କରିଛନ୍ତି ଯେ ଗ୍ରାମର ‘ସମସ୍ତ ପରିବାର ଏବଂ ସରକାରୀ ଅନୁଷ୍ଠାନ ଗୁଡିକୁ ‘ ପର୍ଯ୍ୟାପ୍ତ, ସୁରକ୍ଷିତ ପରିମାଣରେ ଏବଂ ନିୟମିତ ରୂପେ ଜଳ ଯୋଗାଣ କରାଯାଉଛି। ଦେଶର ୧୪୫ଟି ଜିଲ୍ଲା ଓ ୧,୮୬,୮୧୮ଟି ଗ୍ରାମରେ ଶତପ୍ରତିଶତ ନଳ ମାଧ୍ୟମରେ ଜଳ ଯୋଗାଣ ହୋଇଛି।

ଏହି ମିଶନ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ସହିତ ଭାଗିଦାରୀରେ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଛି ଏବଂ ବିକାଶ ସହଯୋଗୀ ମାନଙ୍କ ସମେତ ସମସ୍ତଙ୍କ ମିଳିତ ପ୍ରୟାସ କାରଣରୁ ତୃଣମୂଳ ସ୍ତରରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ପ୍ରତି ସେକେଣ୍ଡରେ, ଗୋଟିଏ ଟ୍ୟାପ୍ ପାଣି ସଂଯୋଗ ଲଗାଯାଉଛି, ଯାହା ଦେଶର ଗ୍ରାମୀଣ ଚିତ୍ରକୁ ବଦଳାଇ ଦେଉଛି। ୨୦୨୩ ଜାନୁଆରୀ ମାସ ପହିଲାରୁ ଦୈନିକ ହାରାହାରି ୮୭,୫୦୦ ଜଳ ମାଧ୍ୟମରେ ଜଳ ସଂଯୋଗ ପ୍ରଦାନ କରାଯାଉଛି। ୨୦୨୩ ଜାନୁଆରୀ ମାସରୁ ୬୧.୦୫ ଲକ୍ଷ କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ୍ ସଂଯୋଗ (ଏଫ୍ଏଚ୍ଟିସି) ସ୍ଥାପନ କରି ଉତ୍ତରପ୍ରଦେଶ ଚଳିତ ବିତ୍ତୀୟ ବର୍ଷରେ ଅଗ୍ରଗତି ତାଲିକାର ଶୀର୍ଷ ସ୍ଥାନରେ ରହିଛି।
‘ହର ଘର ଜଳ’ (ପ୍ରତି ଘରକୁ ଜଳ) ଯୋଜନା ଅଧୀନରେ କାମ କରିବା ଫଳରେ ଗ୍ରାମୀଣ ଜନସାଧାରଣଙ୍କୁ ଯଥେଷ୍ଟ ସାମାଜିକ – ଅର୍ଥନୈତିକ ଲାଭ ମିଳୁଛି। ନିୟମିତ ନଳ ମାଧ୍ୟମରେ ଜଳ ଯୋଗାଣ ଦ୍ୱାରା ଲୋକମାନେ, ବିଶେଷ କରି ମହିଳା ଏବଂ ଯୁବତୀମାନେ ସେମାନଙ୍କ ଦୈନନ୍ଦିନ ଘରୋଇ ଆବଶ୍ୟକତା ପୂରଣ କରିବା ପାଇଁ ଓଜନିଆ ବାଲଟି ବୋଝେଇ ପାଣି ବୋହିବା ଭଳି ଶହ ଶହ ବର୍ଷ ପୁରୁଣା କଷ୍ଟରୁ ମୁକ୍ତି ପାଇଛନ୍ତି । ସେମାନଙ୍କର ଏହି କାରଣରୁ ଯେଉଁ ସମୟ ସଞ୍ଚୟ ହେଉଛି, ତାହାକୁ ସେମାନେ ରୋଜଗାର କାର୍ଯ୍ୟକଳାପ, ନୂତନ କୌଶଳ ଶିଖିବା ଏବଂ ପିଲାଙ୍କ ଶିକ୍ଷାରେ ସହାୟତା କରିବାରେ ବିନିଯୋଗ କରି ପାରିବେ ।
#13CrHarGharJal – a water revolution never imagined before.
Our PM @narendramodi Ji’s vision to quench every Indian’s thirst has today ensured 13 crore homes have access to clean tap water.
One tap at a time, a total of 13 crore families have been given a gift of health &… pic.twitter.com/A5knv1T7oL
— Gajendra Singh Shekhawat (@gssjodhpur) September 5, 2023
ଜଳ ଜୀବନ ମିଶନ କେବଳ ଜଳ ଯୋଗାଣ ନୁହେଁ , ବରଂ ପ୍ରତି ଥର ଗୁଣାତ୍ମକ ଜଳ ଯୋଗାଣ ସୁନିଶ୍ଚିତ କରିବାରେ ବିଶ୍ୱାସ କରେ । ଏହି ପରିପ୍ରେକ୍ଷୀରେ , ଉତ୍ସ ଓ ଡେଲିଭରି ପଏଣ୍ଟରୁ ନିୟମିତ ଜଳ ନମୁନା ପରୀକ୍ଷା କରାଯାଇ ଯାଞ୍ଚ କରାଯାଏ । ବିଭାଗ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ସ୍ୱୀକୃତି ଦେଇ ଚଳିତ ବର୍ଷ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ “ନାଗରିକ କେନ୍ଦ୍ରିକ ସେବାକୁ ପ୍ରୋତ୍ସାହିତ କରିବା ପାଇଁ ଉଦୀୟମାନ ଜ୍ଞାନକୌଶଳର ପ୍ରୟୋଗ” ଶ୍ରେଣୀରେ ଡବ୍ଲୁକ୍ୟୁଏମ୍ଆଇଏସ୍କୁ ରୌପ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା ।
ସବ୍କା ସାଥ ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବକା ପ୍ରୟାସ ଉଦ୍ଦେଶ୍ୟରେ କାର୍ଯ୍ୟ କରି ଜଳ ଜୀବନ ମିଶନ ଗ୍ରାମାଞ୍ଚଳର ସମସ୍ତ ପରିବାର, ବିଦ୍ୟାଳୟ, ଅଙ୍ଗନବାଡ଼ି ଏବଂ ଅନ୍ୟାନ୍ୟ ସରକାରୀ ଅନୁଷ୍ଠାନ ଗୁଡିକୁ ନଳ ମାଧ୍ୟମରେ ଜଳ ଯୋଗାଣ ଦ୍ୱାରା ଏସଡିଜି ୬ ଅର୍ଥାତ୍ ସମସ୍ତଙ୍କୁ ସୁରକ୍ଷିତ ଏବଂ ସୁଲଭ ଜଳ ଯୋଗାଇବା ଦିଗରେ ଅଗ୍ରସର ହେଉଛି।
Comments are closed.