Latest Odisha News

ଅବସର ନିଷ୍ପତି ବଦଳାଇବେ କି ଆଣ୍ଡରସନ

ଲଣ୍ଡନ: ଇଂଲଣ୍ଡର ମହାନ ପେସ ବୋଲର ଜେମ୍ସ ଆଣ୍ଡରସନ ଗତ ମାସରେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ୪୨ ବର୍ଷୀୟ ଆଣ୍ଡରସନ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିବା ଖବର ପ୍ରକାଶ ପାଇଥିଲା । ଏବେ ଆଣ୍ଡରସନ ତାଙ୍କ ନିଷ୍ପତିରେ ୟୁ ଟର୍ଣ୍ଣ ନେବାକୁ ବସିଛନ୍ତି । ବିଧିବଦ୍ଧ ଭାବେ କୌଣସି ଘୋଷଣା କରି ନ ଥିଲେ ମଧ୍ୟ ସେ ଟି୨୦ କ୍ରିକେଟ ଖେଳିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି । ଇଂଲଣ୍ଡରେ ଆୟୋଜିତ ହେଉଥିବା ଦି ହଣ୍ଡ୍ରେଡ ଟୁର୍ଣ୍ଣାମେଂଟରେ ଖେଳିବା ନେଇ ଆଶା ବ୍ୟକ୍ତ କରିଛନ୍ତି । ଆଣ୍ଡରସନ ୧୮୮ ଟେଷ୍ଟରେ ୭୦୪ ୱିକେଟ ହାସଲ କରିଛନ୍ତି । ପେସ ବୋଲର ଭାବେ ଆନ୍ତର୍ଜାତୀୟ କ୍ରିକେଟରେ ସେ ସର୍ବାଧିକ ୱିକେଟ ନେଇଛନ୍ତି ।

ସେ ତାଙ୍କର ଶେଷ ଦିନିକିଆ ୨୦୧୫ରେ ଏବଂ ଟି୨୦ ୨୦୦୯ରେ ଖେଳିଥିଲେ । ଅବସର ପରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜର ଶେଷ ୨ଟି ମ୍ୟାଚରେ ବୋଲିଂ ମେଂଟର ରୂପେ ଦଳ ସହିତ ରହିଥିଲେ । ଆଣ୍ଡରସନ ଏ ପର୍ଯ୍ୟନ୍ତ ଟି୨୦ ଫର୍ମାଟରେ କୌଣସି ଫ୍ରାଂଚାଇଜ ଅଧୀନରେ ଖେଳି ନାହାନ୍ତି । ମୁଁ କିଛି ଦିନ ବିଶ୍ରାମ ନେବା ପରେ ଭଲ ଭାବେ ଚିନ୍ତା କରିବି କ୍ରିକେଟକୁ ଫେରିବି କି ନାହିଁ ବୋଲି ସେ କହିଛନ୍ତି ।

Comments are closed.