Latest Odisha News

BREAKING NEWS

ଚାମ୍ପିୟନ୍ସ ଟ୍ରଫି ପାଇଁ ଅବସରରୁ ୟୁ ଟର୍ଣ୍ଣ ନେବାକୁ ୱାର୍ଣ୍ଣର ପ୍ରସ୍ତୁତ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଷ୍ଟାର ଓପନର ଡେଭିଡ ୱାର୍ଣ୍ଣର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିରେ ସେ ଏବେ ଖେଳିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତିି । ସୋସିଆଲ ମିଡିଆରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯଦି କ୍ରିକେଟ ଅଷ୍ଟ୍ରେଲିଆ ମୋତେ ଦଳରେ ଚୟନ କରେ ତେବେ ମୁଁ ଏଥିପାଇ ଅବସର ନିଷ୍ପତିରୁ ଓହରି ଯାଇପାରେ । ଆସନ୍ତା ବର୍ଷ ଫେବୃୟାରୀ ଓ ମାର୍ଚ୍ଚରେ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଖେଳାଯିବ । ୱାର୍ଣ୍ଣର ଏବେ ଫ୍ରାଂଚାଇଜର କ୍ରିକେଟ ଖେଳିବାରେ ବ୍ୟସ୍ତ ରହିବେ ବୋଲି କହିଛନ୍ତି ।

ୱାର୍ଣ୍ଣର ୩ ଥର ବିଶ୍ୱକପ ଜିତିଥିବା ଅଷ୍ଟ୍ରେଲିଆ ଟିମର ସଦସ୍ୟ ରହିଛନ୍ତି । ଏହା ମଧ୍ୟରେ ୨୦୧୫ ଓ ୨୦୨୩ ଦିନିକିଆ ବିଶ୍ୱକପ ଓ ୨୦୨୧ ଟି୨୦ ବିଶ୍ୱକପ ସାମିଲ । ୨୦୧୧ରେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ୧୧୨ ଟେଷ୍ଟରେ ୨୬ ଶତକ ସହାୟତାରେ ୮୭୮୬ ରନ ସଂଗ୍ରହ କରିଛନ୍ତି । ସେ ଦିନିକିଆରେ ସେ ୧୬୧ ମ୍ୟାଚ ଖେଳି ୨୨ ଶତକ ସହ ୬୯୩୨ ରନ କରିଛନ୍ତି । ୱାର୍ଣ୍ଣର ଆନ୍ତର୍ଜାତୀୟ ଟି୨୦ରେ ୧୧୦ ମ୍ୟାଚରେ ୩୨୭୭ ରନ କରିଛନ୍ତି ।

Comments are closed.