ଲଣ୍ଡନ: ଇଂଲଣ୍ଡର ପୂର୍ବତନ କ୍ରିକେଟର ଜେମ୍ସ ଅଣ୍ଡେରସନଙ୍କୁ ଦେଶର ବଡ ସମ୍ମାନ ଦିଆଯିବ । କ୍ରିକେଟ ପାଇଁ ଯୋଗଦାନ ନିମନ୍ତେ ତାଙ୍କୁ ନାଇଟହୁଡ ସମ୍ମାନରେ ସମ୍ମାନୀତ କରାଯିବ । ଆନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ପେସ ବୋଲର ଭାବେ ସେ ସର୍ବାଧିକ ୱିକେଟ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକ ଇସ୍ତଫା ଦେବା ପୂର୍ବରୁ ଏହି ସମ୍ମାନଜନକ ପୁରସ୍କାର ନିମନ୍ତେ କେତେଜଣଙ୍କ ନାମ ଘୋଷଣା କରିଥିଲେ । ସେମାନଙ୍କ ମଧ୍ୟରେ ଆଣ୍ଡରସନଙ୍କ ନାମ ରହିଛି । ୪୨ ବର୍ଷୀୟ ଏହି ପେସ ବୋଲର ଗତବର୍ଷ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରି ସାରିଛନ୍ତି । ତେବେ ସେ ଘରୋଇ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି ।
ଆଣ୍ଡରସନ ୧୮୮ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ସେ ୨୦୦୩ରେ ଜିମ୍ବାୱେ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୫ ପରଠାରୁ ସେ ଆଉ ହ୍ୱାଇଟ ବଲ କ୍ରିକେଟ ଖେଳି ନ ଥିଲେ । ସେ ସମସ୍ତ ଫର୍ମାଟରେ ୯୯୧ ୱିକେଟ ନେଇଛନ୍ତି । ଇଂଲଣ୍ଡର ମହାନ ବୋଲରଙ୍କ ମଧ୍ୟରେ ଆଣ୍ଡରସନଙ୍କ ନାମ ଗଣତି ହେବ । ସେ ଆଧୁନିକ କ୍ରିକେଟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।
Comments are closed.