Latest Odisha News

ଭୁବନେଶ୍ବର ସ୍ଥିତ ବିଶ୍ବ ଦକ୍ଷତା କେନ୍ଦ୍ରକୁ ଜମ୍ମୁ କଶ୍ମୀର ଉପରାଜ୍ୟପାଳଙ୍କ ପ୍ରଶଂସା

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଶୁକ୍ରବାର ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି।

ସେ ବିଭିନ୍ନ ଅତ୍ୟାଧୁନିକ ଗବେଷଣାଗାରର ଅନୁସନ୍ଧାନକୁ ବୁଲି ଦେଖିବା ସହ ଭୁବନେଶ୍ୱରରେ ଅବସ୍ଥିତ ଦେଶର ଏହି ପ୍ରମୁଖ ଦକ୍ଷତା ଗନ୍ତବ୍ୟସ୍ଥଳରେ ପ୍ରଦାନ କରାଯାଉଥିବା ବିଭିନ୍ନ ଦକ୍ଷତା ପାଠ୍ୟକ୍ରମ ବିଷୟରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ସେଠାରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇ ସ୍ୱାଗତ କରାଯାଇଥିଲା।

ଦେଶ ଓ ରାଜ୍ୟର ବିକାଶରେ ପ୍ରତିଭାବାନ ଯୁବକଙ୍କ ଆବଶ୍ୟକତା ରହିଛି। ବିଶ୍ୱ ଦକ୍ଷତା କେନ୍ଦ୍ର ଏ ଦିଗରେ ଏକ ବଡ଼ ଭୂମିକା ଗ୍ରହଣ କରୁଥିବା ଦେଖି ମୁଁ ଆନନ୍ଦିତ। ଏଠାରେ ଓଡ଼ିଶାର ଯୁବପିଢ଼ିଙ୍କୁ ସେମାନଙ୍କ ଦକ୍ଷତାକୁ ନୂଆ ଶିଖରରେ ପହଞ୍ଚାଇବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରାଯାଇଛି ବୋଲି ମନୋଜ ସିହ୍ବା କହିଛନ୍ତି।

ଏଭଳି ଏକ ବିଶାଳ ଭିତ୍ତିଭୂମି ପାଇଁ ଓଡ଼ିଶା ସରକାର ଓ ଆଇଟିଇଇଏସ ସିଙ୍ଗାପୁରକୁ ଧନ୍ୟବାଦ ଜଣାଇଛନ୍ତି ମନୋଜ ସିହ୍ନା। ଡବ୍ଲ୍ୟୁଏସସିର ସ୍କୁଲ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ସ୍କୁଲ ଅଫ୍ ସର୍ଭିସ୍ ଅଧୀନରେ ଦିଆଯାଉଥିବା ବିଭିନ୍ନ ପାଠ୍ୟକ୍ରମକୁ ସେ ପ୍ରଶଂସା କରିଥିଲେ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ 2023-24 ଶିକ୍ଷାବର୍ଷରୁ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଅଧୀନରେ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ଉପରେ ଏକ ନୂତନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ଶ୍ରୀ ସିହ୍ନା ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ସହିତ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ମେକାଟ୍ରୋନିକ୍ସ, ମେକାନିକାଲ ଓ ଇଲେକ୍ଟ୍ରିକାଲ ସର୍ଭିସ ସମେତ ସ୍କୁଲ୍ ଅଫ୍ ଇଞ୍ଜିନିୟରିଂର ବିଭିନ୍ନ ବିଭାଗ ପରିଦର୍ଶନ କରିଥିଲେ। ସେଠାରେ ଯୁବପିଢ଼ିଙ୍କ ଦକ୍ଷତା ବିକାଶ ପାଇଁ ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା କରାଯାଇଥିବା ଦେଖି ସେ ଖୁସି ହୋଇଥିଲେ।

ରାଜ୍ୟରେ ସାମଗ୍ରିକ ଦକ୍ଷତା ବିକାଶ ପାଇଁ ସରକାରୀ ଆଇଟିଆଇ ଏବଂ ପଲିଟେକ୍ନିକ୍ କଲେଜର ପ୍ରଶିକ୍ଷକମାନେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ନିୟମିତ ଭାବେ ‘ଟ୍ରେନିଂ ଅଫ୍ ଟ୍ରେନର୍ସ’ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ନେଉଛନ୍ତି। ସିହ୍ନା ଏହି ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି।

Comments are closed.