Latest Odisha News

BREAKING NEWS

୧୫୦ଫୁଟ୍ ତଳକୁ ଖସିଲା ବସ୍: ୧୫ ମୃତ

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରର ଅଖନୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । କରୁକ୍ଷେତ୍ରରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଘାଟି ତଳକୁ ଖସିପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୫ଜଣଙ୍କ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧିକ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା  ଅଖନୁର ସହର ତାଣ୍ଡା ନିକଟରେ  ଘଟିଛି । ବସ୍ ରେ ଯାତ୍ରା କରୁଥିବା ସମସ୍ତ ଶ୍ରଦ୍ଧାଳୁ ହରିୟାଣାର କୁରୁକ୍ଷେତ୍ରର ବାସିନ୍ଦା। ଏମାନେ ସମସ୍ତେ ଶିବ ଖୋରୀ ଦର୍ଶନ ପାଇଁ ଯାଉଥିବା କୁହାଯାଉଛି । ଯେତେବେଳେ ବସ୍ ଅଖନୁରର ଚୁଙ୍ଗି ମାଡ ଅଞ୍ଚଳର ଟାଙ୍ଗଲି ମୋଡ୍ ଦେଇ ଯାଉଥିଲା, ସେତିକିବେଳେ ବସ୍‌ଟି ଭାରସାମ୍ୟ ହରାଇ ପ୍ରାୟ ୧୫୦ ଫୁଟ ଘାଟି ତଳକୁ ଖସିପଡିଥିଲା।

ଫଳରେ ୧୫ଜଣଙ୍କ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଅଖନୋର ମେଡିକାଲ ରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.