ଜମ୍ମୁକାଶ୍ମୀର: ଜମ୍ମୁ ଏବଂ କାଶ୍ମୀରରେ ଆକ୍ରମଣ ପାଇଁ ଷଡଯନ୍ତ୍ର ରଚୁଛି ଆତଙ୍କବାଦୀ ସଂଗଠନ ଆଇଏସ୍ଆଇ । ପୁଲୱାମା ଭଳି ଆକ୍ରମଣ କରିବା ପାଇଁ ଆଇଏସ୍ଆଇ ଯୋଜନା ଚଳାଇଛି । ଏଥିପାଇଁ ସେ ସମସ୍ତ ଆତଙ୍କବାଦୀ ସଙ୍ଗଠନ ସହ ମିଶି ଏକ ଫୋର୍ସ ତିଆରି କରିଛି, ଯାହା ନାଁ ରହିଛି ଗଜନୱି ଫୋର୍ସ । ଏହି ଫୋର୍ସର ନେତୃତ୍ୱ ଜୈଶ-ଏ-ମହମ୍ମଦ ନେଇଛି ।
ଗୁଇନ୍ଦା ସୂଚନା ମୁତାବକ, ଜୈଶ, ଲସ୍କର, ହିଜବୁଲ ଏବଂ ଅଂସାର ଗଜବତ-ଉଲ-ହିନ୍ଦ ମିଶି କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ଆଇଇଡି ଆକ୍ରମଣ କରିବା ନେଇ ବଡ ଧରଣର ଯୋଜନା ଚଳାଇଛନ୍ତି । ଏନେଇ ସମସ୍ତ ସେନା ଓ ସୁରକ୍ଷାକର୍ମୀଙ୍କୁ ଆଲର୍ଟ କରାଯାଇଛି ।
ଗତବର୍ଷ ଫେବୃଆରୀ ୧୪ରେ ପୁଲୱାମାରେ ସିଆର୍ପିଏଫ୍ ଗଡି ଉପରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.