Latest Odisha News

BREAKING NEWS

ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରିତ ହେଉଛନ୍ତି ଜମ୍ମୁ-କଶ୍ମୀରର କୁଖ୍ୟାତ ଆତଙ୍କୀ

ଲେହ: ଜମ୍ମୁ-କଶ୍ମୀରରେ ଏବେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଟାର୍ଗେଟ କିଲିଂରେ ଅନ୍ୟ ରାଜ୍ୟର ନିରୀହ ଲୋକଙ୍କୁ ଆତଙ୍କବାଦୀମାନେ ହତ୍ୟା କରୁଛନ୍ତି । ଏହାକୁ ରୋକିବା ପାଇଁ ଆଜି ଏହି କେନ୍ଦ୍ର ଶାସିତ ପ୍ରଦେଶର କୁଖ୍ୟାତ ଆତଙ୍କୀଙ୍କୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରିତ କରାଯାଉଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୨୬ ଆତଙ୍କୀଙ୍କୁ ଚାଟାର୍ଡ ବିମାନ ମାଧ୍ୟମରେ ଉତରପ୍ରଦେଶର ଆଗ୍ରା ଜେଲକୁ ପଠାଯାଇଛି ।

ତାଲିକାରେ ୧୦୦ଜଣଙ୍କ ନାମ ରହିଛି । ଜମ୍ମୁଆଣ୍ଡକଶ୍ମୀର ପବ୍ଲିକ ସେଫ୍ଟି ଆକ୍ଟ-୧୯୭୮ ଧାରା ୧୦(ବି) ଅନୁସାରେ ଏହି ଆଦେଶନାମା ଜାରୀ କରାଯାଇଛି । ଜେଲରେ ରହି ଏମାନେ ସ୍ଲିପର ସେଲ ସହାୟତାରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଉଥିଲେ । ସୁରକ୍ଷାକର୍ମୀମାନେ ଜମ୍ମୁ-କଶ୍ମୀରରେ ଏବେ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି ।

Leave A Reply

Your email address will not be published.