ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ଗୁଂଟରରେ ଅନୁଷ୍ଠିତ ୧୩ ବର୍ଷରୁ କମ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ଓଡିଶାର ସଞ୍ଜଳି ଓରାମ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ସଞ୍ଜଳୀ ୧୩ ବର୍ଷରୁ କମ ବାଳିକା ତୀରନ୍ଦାଜ ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେ ଏହି ବିଭାଗରେ ଏକମାତ୍ର ଓଡିଶା ପ୍ରତିଯୋଗୀ ଭାବେ ଏହି ସଫଳତା ହାସଲ କରିଛନ୍ତି । ସୁନ୍ଦରଗଡ ବଣାଇର ଏହି ଯୁବ ପ୍ରତିଭାଜଣଙ୍କ ତାଙ୍କ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ।
ତାଙ୍କ ବାପାଙ୍କ ନାମ ସମ୍ବର ଓରାମ ଏବଂ ମାଆଙ୍କ ନାମ ଗଣ୍ଡୁରୀ ଓରାମ । ଜିଜିଏଚଏସ ବରଇଦପଲୀରେ ସେ ଟିକିଲି ମହାକୂଳଙ୍କ ନିକଟରୁ ପ୍ରଶିକ୍ଷଣ ନେଉଛନ୍ତି । ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି କୋଚ କହିଛନ୍ତି । ୩ ଜୁଲାଇ ୨୩ରୁ ସେ ପ୍ରଶିକ୍ଷଣ ନେବା ଆରମ୍ଭ କରିଛନ୍ତି । ଅପରପକ୍ଷରେ ବେଙ୍ଗାଲୁରରେ ଅନୁଷ୍ଠିତ ଯମୁନା ୨୦ ବର୍ଷରୁ କମ ମହିଳା ଲଙ୍ଗ ଜମ୍ପ ବିଭାଗରେ ଓଡିଶା ପକ୍ଷରୁ ଯମୁନା ଟୁଡୁ ବ୍ରୋଞ୍ଜ ପଦକ ଜିତିଛନ୍ତି ।